ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ଟି୨୦ରୁ ବାଦ ପଡ଼ିଲେ ୨ କ୍ରିକେଟର
by Argus News
Mon, Jan 08 | 10:03 a.m.

ଅର୍ଗସ ବ୍ୟୁରୋ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳକୁ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଆଫଗାନିସ୍ତାନ ତାର ଦଳ ଘୋଷଣା କରିଛି ଏବଂ ଏହାର ଖେଳାଳିମାନେ ମଧ୍ୟ ଭାରତରେ ପହଞ୍ଚିଛନ୍ତି। ସିରିଜ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଅଭିଜ୍ଞ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ସିରିଜରେ ବାଦ ଦିଆଯାଇଛି। ଏଥିସହିତ ଆହତ କାରଣରୁ ଋତୁରାଜ ଗାଏକ୍ବାଡ ମଧ୍ୟ ଉପଲବ୍ଧ ହେବେ ନାହିଁ।

 

ଆଙ୍ଗୁଠିରେ ଆଘାତ ହେତୁ ଗାଏକ୍ବାଡ ଖେଳିବେନି। ସେ ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରାରମ୍ଭିକ ମ୍ୟାଚରୁ ମଧ୍ୟ ଦୂରେଇ ରହିବାର ସମ୍ଭାବନା ରହିଛି। ଉଭୟ ସୂର୍ଯ୍ୟକୁମାର ଏବଂ ହାର୍ଦ୍ଦିକ ଆଇପିଏଲରୁ ଫେରିବେ ବୋଲି ଆଶା କରାଯାଉଛି। ଡିସେମ୍ବରରେ ସାଉଥଆଫ୍ରିକାର ଟି-୨୦ରେ ଭାରତର ନେତୃତ୍ବ ନେଇଥିବା ସୂର୍ଯ୍ୟ କୁମାର ଜୋହାନ୍ସବର୍ଗର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଗୋଡ଼ରେ ଆଘାତ ଲାଗିଥିଲା। ନିକଟରେ ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିଲା। ଏବଂ କିଛି ମଧ୍ୟରେ ସେ ତାଲିମକୁ ଫେରିବେ ବୋଲି ଆଶା କରାଯାଉଛି। ଆଫଗାନିସ୍ତାନ ବିପକ୍ଷ ସିରିଜ ହେଉଛି ଟି-୨୦ ବିଶ୍ବକପ ପୂର୍ବରୁ ଭାରତର ଶେଷ ଦ୍ବିପାକ୍ଷିକ ଟି-୨୦ ସିରିଜ। ତେଣୁ ଏହି ସିରିଜ ମଧ୍ୟ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। 

 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

AKSHAYA TRITIYA
4m ago
ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟ
BJD
15m ago
ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା
ଅର୍ଗସ ବ୍ୟୁରୋ: ବିଜେଡି ଶାସନରେ ଅସୁରକ୍ଷିତ ମହିଳା । ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା । ନିର୍ବାଚନ ଆସୁଥିବାରୁ ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ପର
RAJNATH SINGH
44m ago
ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଅର୍ଗସ ବ୍ୟୁରୋ: ଆଜି ରାଜନାଥ ସିଂହଙ୍କ ନୟାଗଡ଼ ରଣପୁର ଗସ୍ତ । ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା