ଟେଲିଗ୍ରାମ ଫ୍ରଡ୍‌ରେ ସ୍କାମ କରି ବନ୍ଧା ହେଲେ ସାଇବର କିଙ୍ଗପିନ୍
by Argus News
Thu, Apr 18 | 6:44 p.m.

ଅର୍ଗସ ବ୍ୟୁରୋ : ଟେଲିଗ୍ରାମ ଫ୍ରଡ୍‌ରେ ସ୍କାମ କରି ବନ୍ଧା ହେଲେ ସାଇବର କିଙ୍ଗପିନ୍ I ଗିରଫ ଅଭିଯୁକ୍ତ ହେଲେ ନିହାର ରଞ୍ଜନ ପାଇକରାୟ,  ମାନସ ରଂଜନ ସୁନା, ତୃପ୍ତି ରଂଜନ ପାତ୍ର, ବନଲତା ସାହୁ । ଅଭିଯୁକ୍ତମାନେ ନୂଆ ଲିଙ୍କ୍‌ ଆସିଲେ, ନୂଆ ଗ୍ରୁପରେ ଆଡ୍‌ କରି ଦେଉଥିଲେ କିଛି ଲୋକଙ୍କୁ । ରେଟିଂ ଦେଖି ଇନଭେଷ୍ଟ କରିବାକୁ କହୁଥିଲେ । ଉଧାର କରି ବା ଲୋନ୍‌ କରି ଟଙ୍କା ବିନିଯୋଗ କରୁଥିଲେ ଲୋକେ ।

ଟେଲିଗ୍ରାମ ଲିଙ୍କରେ ଜଏନ କରି ରେଟିଂ ଦେବା ପାଇଁ ରିକ୍ୟୁଏଷ୍ଟ ଆସୁଥିଲା । ବିଶ୍ବାସ ଜନ୍ମଇବା ପରେ ଟଙ୍କା ବିନିଯୋଗ କରିବାକୁ କହୁଥିଲେ ଠକମାନେ । ଜଣେ ବ୍ୟକ୍ତି ୧୧ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରାୟ ମ୍ୟୁଲ ଆକାଉଣ୍ଟ କ୍ରିଏଟ କରି ଲୋକଙ୍କୁ ଠକୁଥିଲେ ଏମାନେ । ଟ୍ରେଡିଙ୍ଗ କରାଇ ଟଙ୍କା ଦେବାକୁ କହି ମାସିକିଆ ଟଙ୍କା ମିଳିବ କହି ଲୋକଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ଠକେଇ ହୋଇଥିବା ଟଙ୍କାକୁ ନେଇ ତିଆରି ହୋଇଥିବା ୪୨ଟି ଆକାଉଣ୍ଟ ତିଆରି କରିଥିଲେ । କିଙ୍ଗପିନ୍‌ ମାନେ ନିଜର ଏଜେଣ୍ଟ ରଖି ମୋଟା ଅଙ୍କର ଟଙ୍କା ଦେଇ ମ୍ୟୁଲ ଆକାଉଣ୍ଟ ଖୋଲି ବ୍ୟବହାର କରୁଥିଲେ । ଡମୀ ଆକାଉଣ୍ଟକୁ ବନ୍ଦ କରିବା ସହ ମୋବାଇଲ ନମ୍ବର ଅପଡେଟ କରିବା ଓ ଫେକ ଆକାଉଣ୍ଟ ବନ୍ଦ କରିବା ପାଇଁ ଆରବିଆଇକୁ ଚିଠି ଲେଖିବ କମିଶନରେଟ ପୋଲିସ । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ