ତାତି ସାଙ୍ଗକୁ ଗୁଳୁଗୁଳି, ଘାଣ୍ଟି ହେଉଛନ୍ତି ଲୋକେ
by Argus News
Tue, May 28 | 12:53 p.m.

ଭୁବନେଶ୍ୱର: ପୁଣି ବଢିବ ତାତି । କଲବଲ କରିବ ଆର୍ଦ୍ରତା । ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଆଗାମୀ ୨୪ ଘଣ୍ଟାରେ ଗୁଳୁଗୁଳି ସ୍ଥିତି ରହିବ । ବର୍ତ୍ତମାନ ଆର୍ଦ୍ରତା ବହୁତ ଅଛି, ତାପମାତ୍ରା ମଧ୍ୟ ବଢିବା ସମ୍ଭାବନା ରହୁଛି । 

୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ । ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ । ଓଡିଶାକୁ ମୌସୁମୀ ଛୁଇଁବା ଚାରିଦିନ ପୂର୍ବରୁ ଆକଳନ କରିହେବ । ଚଳିତବର୍ଷ ଓଡ଼ିଶାର କିଛି କିଛି ସ୍ଥାନରେ କମ ବର୍ଷା ହୋଇପାରେ । କିଛି ଜାଗାରେ ମେଘୁଆ ପାଗ ରହିବ । କିନ୍ତୁ ଚଳିତବର୍ଷ ମଧ୍ୟ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିପାରେ । 

ସେପଟେ ଏହି ଦୁଇ ଦିନ ଧରି ପ୍ରବଳ ଗୁଳୁଗୁଳି ହେଉଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ