କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ
by Argus News
Sat, Oct 19 | 2:16 p.m.

କଟକ: କଟକରେ ମାନସିକ ବିକୃତ ଯୁବକଙ୍କ ଆତଙ୍କରାଜ। ସର୍ବ ସମ୍ମୁଖରେ ମାରଣାସ୍ତ୍ରରେ ଜଣେ ଯୁବକଙ୍କୁ କଲା ଆକ୍ରମଣ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା କଟକ ଓଡ଼ିଆ ବଜାର ଅଞ୍ଚଳରେ ଘଟିଛି। ଜଣେ ଯୁବକ ନିଜ ସ୍କୁଟିରେ ବସି ଫୋନରେ କଥା ହେଉଥିଲେ। ହେଲେ ତାଙ୍କ ନିକଟରେ ହାତରେ ମାରଣାସ୍ତ୍ର ଧରି ଛିଡା ହୋଇଥିବା ମାନସିକ ବିକୃତ ଯୁବକ ଜଣକ ସ୍କୁଟିରେ ବସିଥିବା ଯୁବକର ବେକରେ ପ୍ରଥମରେ ଶକ୍ତ ପ୍ରହାର ଦେଲା।

ସେହି ରାସ୍ତା ଦେଇ ଲୋକେ ଯାତାୟାତ କରୁଥିଲେ ସୁଧା ତା ଉପରେ କାହାରି ନଜର ପଡ଼ିନଥିଲା। ହେଲେ ଆକ୍ରମଣ ପରେ ସ୍ଥାନୀୟ ଲୋକେ ଆକ୍ରମଣକାରୀକୁ ଅଟକ ରଖି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ମାନସିକ ବିକୃତ ବୋଲି ପୋଲିସ ସୂଚନା ଦେଇଛି।  ଆକ୍ରମଣର ଶିକାର ହୋଇଥିବା ଯୁବକର କୌଣସି ଅଧିକ କ୍ଷୟକ୍ଷତି ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ କେହି କାହା ବିରୋଧରେ ଏତଲା ଦେଇ ନାହାଁନ୍ତି ବୋଲି ପୋଲିସ ସୂଚନା ଦେଇଛି। ଗତ ୧୬ ତାରିଖ ଦିନ ଏହି ଘଟଣା ଘଟିଥିଲା। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଗ୍ୟାସ ସିଲିଣ୍ଡର
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ୬ ମୃତ
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ ଏଏନଆ
ବେଙ୍ଗାଲୁରୁରେ ନିର୍ମାଣ
ବେଙ୍ଗାଲୁରୁରେ ନିର୍ମାଣାଧୀନ କୋଠା ଭୁଶୁଡ଼ିଲା: ଜଣେ ମୃତ
ଅର୍ଗସ ବ୍ୟୁରୋ: ବେଙ୍ଗାଲୁରୁରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି । ଏଥିପାଇଁ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ସହରରେ ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡ଼
AUSTRALIA
ଅଷ୍ଟ୍ରେଲିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗତ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଆଜି ଅଷ୍ଟ୍ରେଲିଆର ମେଲବର୍ଣ୍ଣର