ନଗଡ଼ାକୁ ନେଇ ମୁହାଁମୁହିଁ ବୟନ ଶିଳ୍ପ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ
by Argus News
Wed, Oct 02 | 7:02 p.m.

ଅର୍ଗସ ବ୍ୟୁରୋ:  ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ । ମୁଖ୍ୟମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ପରେ ସାମ୍ନାକୁ ଆସିଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଖୋଲାଖୋଲି ଚ୍ୟାଲେଞ୍ଜ କଲେ ସୁକିନ୍ଦାର 5 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ । କହିଲେ ଆସନ୍ତୁ ନଗଡା ଯିବା ମୁଁ ଆପଣଙ୍କୁ ଦେଖାଇବି ସେଠାକାର ଚିତ୍ର । ଅର୍ଗସର ରୋକଠୋକ୍ କାର୍ଯ୍ୟକ୍ରମରେ ଇଣ୍ଟରଭ୍ୟୁ ଦେଇ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯାଜପୁରକୁ  ଲୁଟିଛନ୍ତି 3 ପରିବାର । ସବୁଠାରୁ ବେଶୀ ଦୁର୍ନିତୀ କରିଛନ୍ତି ପ୍ରଫୁଲ୍ଲ ଘଡେଇ ଓ ପ୍ରିତି ରଂଜନ ଘଡେଇ । ସୁକିନ୍ଦାର ବିକାଶ ହୋଇଥିବା ନେଇ ପ୍ରଫୁଲ୍ଲ ଘଡେଇ ଦେଇଥିବା ବୟାନ ଉପରେ ସ୍ଥାନୀୟ ବିଧାୟକ କହିଛନ୍ତି ଡାହା ମିଛ କହୁଛନ୍ତି ପ୍ରଫୁଲ୍ଲ ଘଡେଇ ।

ଖଣି ପ୍ରାଚୁର୍ଯ୍ୟଭରା ସୁକିନ୍ଦାରେ ନଗଡା । ସୁକିନ୍ଦା ରାଜନୀତିରେ 34 ବର୍ଷ ଧରି ଘଡେଇ ପରିବାରଙ୍କ ହାତରେ ଥିଲା କ୍ଷମତା । ବଡ ଘଡେଇ ଓ ସାନ ଘଡେଇ ସୁକିନ୍ଦାରୁ ହୋଇଥିଲେ ନିର୍ବାଚିତ । ଆଉ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ହାତେଇଥିଲେ ବଡବଡ ମନ୍ତ୍ରୀ ପଦବୀ । ସୁକିନ୍ଦାରୁ 24 ବର୍ଷ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆଉ ସେଥିରେ ପୁଣି 14 ବର୍ଷର ମନ୍ତ୍ରୀ । ବିଜୁ ପଟ୍ଟନାୟକ ଓ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ସମୟରେ ଅର୍ଥ, ସ୍ୱାସ୍ଥ୍ୟ, ଶିକ୍ଷା, ଅବକାରୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ ।

15 ବର୍ଷର ବିଧାୟକ ଥିଲେ । କେବଳ ସୁକିନ୍ଦାରୁ ସେ 10 ବର୍ଷ ବିଧାୟକ ହୋଇଛନ୍ତି । ଆଉ ନବୀନ ପଟ୍ଟନାୟକ ସରକାରରେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ପରି ବିଭାଗର ମଧ୍ୟ ମନ୍ତ୍ରୀ ଥିଲେ । ବାପ-ପୁଅଙ୍କ ଶାସନରେ ଓଡିଶାକୁ ନଗଡାରେ ଭେଟି ଦେଇଛନ୍ତି ପ୍ରଫୁଲ ଓ ଡ୍ୟାନି ଘଡେଇ । ଆଉ ଏବେ ସତ ଖୋଲିବା ପରେ ବିଳିବିଳେଇ ହେଉଛନ୍ତି ଘଡେଇ ପରିବାର ।

ସେପଟେ କେବଳ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ନୁହଁନ୍ତି । ଅନରୂପ ଅଭିଯୋଗ ମଧ୍ୟ ଆଣିଛି କଂଗ୍ରେସ । ଆଉ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ ମଧ୍ୟ କହିଛନ୍ତି ସୁକିନ୍ଦାକୁ ଲୁଟିଛନ୍ତି ଘଡେଇ ବାପ-ପୁଅ ।ଯାଜପୁରକୁ ଲୁଟିଛନ୍ତି 3 ପରିବାର । ଆଉ ନଗଡାର କଥା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦ୍ମତୋଳା ପଢିବା ପରେ ବାହାରକୁ ଆସିଥିଲେ ଘଡେଇ ବାପ-ପୁଅ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନଗଡାର ବିକାଶ ଦାବି କରିଥିଲେ ସାନ ଘଡେଇ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳର ଦେଖାଇଛନ୍ତି ରଂଗୀନ ଚିତ୍ର । ଆଉ ଏହି ଦୃଶ୍ୟ ଦେଖନ୍ତୁ ଅର୍ଗସ କ୍ୟାମେରାରେ କଏଦ ସତର ବାସ୍ତବ ଚିତ୍ର...... କେମିତି  ନଗଡା ତଳଡିହ ଓ ତୁମୁଣିର ଖାଇବାକୁ ନ ପାଇ ଅପପୁଷ୍ଟିର ଶିକାର ହେଉଛନ୍ତି ପିଲା । ଖାଇବା କହିଲେ ଭାତ-ଲୁଣ ଜଙ୍ଗଲୁ ଆଳୁ, ଚାକୁଣ୍ଡା ଶାଗ । ପାଣି କହିଲେ ମାଇଲ ମାଇଲ ଦୁରରେ ଥିବା ଝରଣା ଉପରେ ଭରଷା । ଆଉ ସତ ଖୋଲିବାରେ ଏବେ ଖୋଲିଯାଇଛି ଘଡେଇ ବାପ-ପୁଅଙ୍କ ପୋଲ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

NAVEEN PATNAIK
ଅଡୁଆରେ ପଡ଼ିପାରନ୍ତି ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ
ଅର୍ଗସ ବ୍ୟୁରୋ: ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇ
ମାସୁମ ଖାନ
ମାସୁମ ଖାନର ଜାଲିମ କରନାମାର ପର୍ଦ୍ଦାଫାସ କରିବାରୁ ନାଲିଆଖି
ଅର୍ଗସ ବ୍ୟୁରୋ: ମାସୁମ ଖାନର ବେଆଇନ କାରନାମାର ପର୍ଦ୍ଦାଫାଶ କରିବାରୁ ଗଣମାଧ୍ୟମର କଣ୍ଠରୋଧ ପାଇଁ ହୀନ ପ୍ରୟାସ। ବୁଧବାର ବି ରାଜସ୍ବ ଓ ବନ ବିଭାଗ ପକ୍ଷରୁ ଇସଲାମନଗରରେ ବେଆଇନଜମି
ବିଜେଡି
ଉଗ୍ର ହେଉଛି ବିଜେଡି କନ୍ଦଳ
ଅର୍ଗସ ବ୍ୟୁରୋ: ଉଗ୍ରରୂପ ଧାରଣ କରୁଛି ବିଜେଡି ଗୋଷ୍ଠୀ କନ୍ଦଳ । ନବୀନଙ୍କ ସାମ୍ନାରେ କଥା କଟାକଟି ଓ ହାତା ହାତି ହେଉଛନ୍ତି ଦଳୀୟ ନେତା । ପରାଜୟ ପରେ ବିଜେଡି ସୁପ୍ରିମୋଙ୍କ ଜିଲ୍ଲ