ଅମିତ ଶାହାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ
by Argus News
Mon, Nov 04 | 8:10 p.m.

ଅର୍ଗସ ବ୍ୟୁରୋ:  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଜୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ହିନ୍ଦୀ ସମିତିର ୩୨ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାରେ ହିନ୍ଦୀ ଭାଷାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ।

ଏହି ପ୍ରସ୍ତାବ ଗୁଡିକ ହେଲା:-

୧. ଓଡିଶାରେ ଅଧିକ ସଂଖ୍ୟକ ହିନ୍ଦି ଶିକ୍ଷକ ସୃଷ୍ଟି କରିବା ଏବଂ ହିନ୍ଦୀ ସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ, ସ୍ୱତନ୍ତ୍ର ହିନ୍ଦି ଶିକ୍ଷା ପ୍ରତିଷ୍ଠାନର ଆବଶ୍ୟକତା ରହିଥିବା ନେଇ ଦାବି କରିଚନ୍ତି। 

୨. ଓଡିଆ ଓ ହିନ୍ଦି ଭାଷାର ପ୍ରଚାର ପ୍ରସାର ପାଇଁ ଉଭୟ ଭାଷାର ଅନୁବାଦ ସାହିତ୍ୟିକ କୃତି ଗୁଡିକର ଅନୁବାଦ ଆବଶ୍ୟକତା ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ରାଜଭାଷା ବିଭାଗର ଆର୍ଥିକ ସହାୟତାରେ ଏକ ସ୍ୱତନ୍ତ୍ର ଅନୁବାଦ କେନ୍ଦ୍ର ପ୍ରତିଷ୍ଠା ହେବା ଦରକାର ବୋଲି ଦାବି ରଖିଛି। 

୩. ହିନ୍ଦି ଏବଂ ଓଡିଆ ଭାଷା ଓ ସାହିତ୍ୟ ମଧ୍ୟରେ ସାଂସ୍କୃତିକ ବିନିମୟ ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଧିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି।

୪. ଏହା ସହିତ ଓଡିଶାରେ ଏକ ଇଣ୍ଟର-ଲାଙ୍ଗୁଏଜ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ର ସ୍ଥାପନା ହେବା ଆମର ପ୍ରସ୍ତାବ ରହିଛି।

୫. ଶିକ୍ଷା ବ୍ୟବସ୍ଥାରେ ହିନ୍ଦୀ ଭାଷାର ବହୁଳ ପ୍ରଚଳନ ପାଇଁ ରାଜ୍ୟ କୁ କେନ୍ଦ୍ରୀୟ ଅନୁଦାନ ଏବଂ ସ୍ୱତନ୍ତ୍ର ସହାୟତା ମିଳିବା ଆବଶ୍ୟକ। 
ଏହା ଫଳରେ ହିନ୍ଦୀ ଶିକ୍ଷାଦାନ ପାଇଁ ସମ୍ବଳରେ କୌଣସି ଅଭାବ ରହିବ ନାହିଁ।

୬. ହିନ୍ଦୀ ସାହିତ୍ୟର ବିକାଶ ପାଇଁ ରାଜ୍ୟରେ କାର୍ଯ୍ୟକରୀ ହେଉଥିବା ବିଭିନ୍ନ ଯୋଜନା ଓ ଶିକ୍ଷା ପ୍ରତିଷ୍ଠାନ ଗୁଡିକୁ ସ୍ୱତନ୍ତ୍ର ଅନୁଦାନ ଏବଂ ସହଯୋଗ ପ୍ରଦାନ କରାଯିବା ଆବଶ୍ୟକ ରହିଛି ବୋଲି ମୁଖ୍ୟ ମନ୍ତ୍ରୀ ଦାବି କରିଥିବା କହିଛନ୍ତି।

RUSSIA
1m ago
ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
ଅର୍ଗସ ବ୍ୟୁରୋ: ପୁଣି ଘନେଇଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ୩୩ ମାସ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
JOBS
13m ago
ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ର
DIG
22m ago
ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ
ଅର୍ଗସ ବ୍ୟୁରୋ: ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଜାଗାରେ ୨୮ ପ୍ଲାଟୁନ ଫୋର୍ସକୁ ସଜାଗ କରାଯାଇଛି। ଆଗାମୀ ଦିନର
FARMER
42m ago
ବଳପ୍ରୟୋଗ ବିରୋଧରେ ଥାନାକୁ ଗଲେ ଚାଷୀ
ଅର୍ଗସ ବ୍ୟୁରୋ: ବିରଜା ଅଗ୍ନିଶ୍ବର ହାଟ ବନାମ ବବି ପରିବାର । ପୁରୁଣା ସ୍ଥାନକୁ ହାଟ ସ୍ଥାନାନ୍ତର ନେଇ ଘୋଷଣା କରିବା ପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବିରଜା ହାଟର
LRC
49m ago
ଜାଗା ହରେଇବେ ଜାଗା ମିଶନ ଅଧିନରେ LRC ହାତେଇଥିବା ଅଯୋଗ୍ୟ
ଅର୍ଗସ ବ୍ୟୁରୋ: ଜାଗା ମିଶନକୁ ନେଇ ମୋହନ ସରକାରଙ୍କ ପକ୍ଷରୁ ବଡ ନିଷ୍ପତି। ଯୋଗ୍ୟଙ୍କୁ ବାଦ ଦେଇ ଜାଗା ମିଶନରେ ଜାଗା ହତେଇଥିବା ଅଯୋଗ୍ୟଙ୍କୁ ଲାଗିବ ଝଟକା। ସରକାରଙ୍କ ପକ୍ଷରୁ ଆ