ଖଲ୍ଲିକୋଟରେ ଚାଞ୍ଚଲ୍ୟ: ମା' କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର
by Argus News
Wed, Jan 17 | 9:37 p.m.

ବ୍ରହ୍ମପୁର:  ମା କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର  । ଖଲ୍ଲିକୋଟ ସହରରୁ ଏକ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ  କୋଳରୁ ଶିଶୁ ପୁତ୍ରକୁ କୌଣସି ଲୋକ ଚୋରି କରି ନେବା ଘଟଣାକୁ ନେଇ ଖଲ୍ଲିକୋଟରେ ଚାଞ୍ଚଲ୍ୟ ଖେଳି ଥିବା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ଖଲ୍ଲିକୋଟ ସହରର ଏକ ଦୋକାନ ବାରଣ୍ଡାରେ ମା  ତାର ଏକ 9 ମାସର ପୂତ୍ର ସନ୍ତାନ ସହ ଶୋଇ ପଡିଥିଲା  । ଶୋଇଥିବା ଅବସ୍ଥାରେ ଉକ୍ତ ପୁତ୍ର ସନ୍ତାନକୁ କୌଣସି ଦୁର୍ବୃତ୍ତ ତାର ମା କୋଳରୁ ଚୋରି କରି ନେଇ ଯାଇଥିଲା ।

ମା ଏଣେ ତେଣେ  ଖୋଜିବା ଖୋଜିଥିଲା ପୁଅକୁ।  ମହିଳାଙ୍କ କାନ୍ଦ ଦେଖି ଲୋକମାନେ ଉକ୍ତ ନିରାଶ୍ରୟା ମହିଳାଙ୍କ ଚାରିପଟେ ରୁଣ୍ଡ ହୋଇ ଯାଇ ଥିଲେ ।  ଶିଶୁ ପୁତ୍ରର ଖୋଜ ଖବର ନ ପାଇ ଶେଷରେ ଖଲ୍ଲିକୋଟ ଥାନାରେ ଏକ ଏତଲା ଦେଇଥିଲେ।  ପରେ ପୋଲିସ ଥାନା କେସ ନମ୍ବର 37/1 ରେ ଏକ ମାମଲା ରୁଜ୍ଜୁ କରି ଏକ ଟିମ ଗଠନ କରି ତଦନ୍ତ ଚଳାଇଛି। କିନ୍ତୁ  ଏଯାଏଁ ସୁଦ୍ଧା ଶିଶୁ ପୁତ୍ର ସନ୍ଧାନ ମିଳି ପାରିନାହିଁ । ତେବେ ଖୁବ ଶୀଘ୍ର ନିଖୋଜ ଶିଶୁ ପୁତ୍ର ମିଳିଯିବ ବୋଲି ଖଲ୍ଲିକୋଟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

40 FLAMINGOES
15m ago
ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି ଅଘଟଣ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି
MASURA DALI
18m ago
ମସୁର ପେଷ୍ଟ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ
ମସୁରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମସୁର ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇବା ତ୍ୱଚା ପାଇଁ ଅନେକ ଲାଭ ଦେଇଥାଏ । ମସୁର ଡାଲି ଭାରତୀ
TRIBAL
30m ago
ଦୁର୍ଗମରେ ସରୁନି ଦୁର୍ଦ୍ଦଶା, ସରକାରୀ ସୁବିଧାରୁ ବଞ୍ଚିତ ଆଦିବାସୀ
ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁ