ରାସ୍ତା କଡକୁ ଖସିଲା ବାଇକ , ଚାଳକ ମୃତ
by Argus News
Sat, Jun 29 | 8:04 a.m.

ବାଲେଶ୍ବର : ଭୋଜି ଖାଇ ବାଇକ ରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବାଇକ । ଘଟଣା ସ୍ଥଳରେ ବାଇକ ଆରୋହୀ ମୃତ । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୁଡିଆଂ ଛକ ରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୂଚନା ଅନୁଯାୟୀ ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଅଞ୍ଚଳର ଦୁଇ ଜଣ ଯୁବକ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବିଳମ୍ବିତ ରାତି ରେ ବାଇକରେ ଘରକୁ ଫେରୁଥିବା ବେଳେ ବୁଡିଆଂ ଛକ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା ।

ଅଧିକ ପଢନ୍ତୁ : ଦୁଇ ବାଇକ ଦୁର୍ଘଟଣା, ଜଣେ ମୃତ

ବାଇକର ପଛରେ ବସିଥିବା ଯୁବକ ଜଣକ ମୁଣ୍ତରେ ଗଭୀର ଆଘାତ ଲାଗିବା ଯୋଗୁ ପ୍ରବଳ ରକ୍ତସ୍ରାବ ହୋଇ ଆହତ ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକେ ପହଞ୍ଚି ସିଂଲା ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇବା ସହ ଘଟଣାର ତଦନ୍ତ କରୁଛି। 

ବୁଦ ମାଛ
55m ago
ଜାଲରେ ଲାଗିଛି ବଡ ମାଛ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ
ବୌଦ୍ଧ: ଧୀବରଙ୍କ ଜାଲରେ ପଡିଲା 40 କେଜିର ବୁଦ ମାଛ । ବୌଦ୍ଧ ମହାନଦୀରେ ମାଛ ଧରୁ ଥିବାବେଳେ ଧିବର ଜାଲରେ ପଡ଼ିଲା ୨୦ କେଜିର ବୁଦ ମାଛ । ଏହି ମାଛ ବିରଳ ପ୍ରଜାତିର । ଏହି ମା
କୁମ୍ଭୀର ଆତଙ୍କ
59m ago
ରାସ୍ତା ଉପରେ ବୁଲୁଛି କୁମ୍ଭୀର, ଭାଇରାଲ ହେଲା ଭିଡିଓ
ଅର୍ଗସ ବ୍ୟୁରୋ : ରାସ୍ତା ଉପରେ ବୁଲୁଛି କୁମ୍ଭୀର । ଯାହାକୁ ଦେଖିବା ପରେ ସ୍ଥାନିୟା ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ରାସ୍ତାରେ ଅନେକ ସମୟରେ ଭାଲୁ କିମ୍ବା ବାଘ ବୁଲୁଥିବାର ଦେଖିବାକ
ରାଉରକେଲା ଷ୍ଟିଲ
ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ: ୮ ଗୁରୁତର
ଅର୍ଗସ ବ୍ୟୁରୋ: ରାଉଲକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ବିଷାକ୍ତ ଗ୍ୟାସ ଲିକ ହେବାରୁ 8 ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ighରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି