ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ 
by Argus News
Thu, Feb 08 | 1:24 p.m.

ଭୁବନେଶ୍ୱର:  ବିଧାନସଭା ଶୂନ୍ୟକାଳରେ ବିଜେପି ପୁଣି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ । ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରିଛନ୍ତି । ଉଷୁନା ଚାଉଳ ଅର୍ପଣ ରଥରୁ ମିଳିଲା । ଯାଞ୍ଚ କମିଟି ସଦସ୍ୟ ଦାମ ମହାସୁଆର ନିଜେ କହିଛନ୍ତି, ଉଷୁନା ଚାଉଳ ମିଳିଛି । ବାର ମିଶା ଚାଉଳ ଶ୍ରୀ ମନ୍ଦିରକୁ ଗଲା କେମିତି ? । ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି ।

କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ । ଅର୍ପଣ ଅର୍ଥରୁ ମିଳିଥିବା ଅର୍ଥ ସରକାରୀ ଦଳର ନେତା ଓ କର୍ମକର୍ତ୍ତା ମଦ ମାଂସ ଓ ଭୋଜି ଭାତରେ ଆତ୍ମସାତ କରିଛନ୍ତି । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ । ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ । ଗଜପତି ମହାରାଜ ବି କହିଛନ୍ତି, ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ । ମୁଖ୍ୟମନ୍ତ୍ରୀ ଗତକାଲି ଏ ବାବଦରେ ପଦୁଟିଏ କହିଲେନି । ଏ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ।.... ସେହିପରି ଗୃହରେ କମିଆ ଜାନୀ ପ୍ରସଙ୍ଗ ବି ଉଠାଇଛନ୍ତି ମୋହନ ମାଝୀ ।

ଅଧିମ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ