ଲଜ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ
by Argus News
Sun, Nov 26 | 3:56 p.m.

ଅର୍ଗସ ବ୍ୟୁରୋ:  ବ୍ରହ୍ମପୁର ଗୋଇଲୁଣ୍ଡି-କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡୋର୍ମିଟାରୀ ଭିତରୁ ଜଣେ କେରଳ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି । ତାଙ୍କ ବୟସ ୪୦ ରୁ ୪୫ ହେବ ବୋଲି ଅନୁମାନ କରାଯାଉଛି । ମହିଳା ଜଣଙ୍କ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ। । ଉଭୟ ଗତ ୧୯ତାରିଖରେ ଏହି ଲଜର ରହୁଥିଲେ ।

ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଛନ୍ତି । ଦୁଇ ଦିନପୁର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ । ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିଲେ । କବାଟ ବାଢେଇବା ପରେ ମଧ୍ୟ କେହି ଶୁଣିନଥିଲେ । ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା ।୨ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସେ ଫୋରାର ହୋଇଯାଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ