କୂଳ ଖାଉଛି ବ୍ରାହ୍ମଣୀ ନଦୀ, ବିସ୍ଥାପିତଙ୍କ ବିଳାପ
by Argus News
Sun, Feb 04 | 8:52 p.m.

ଅର୍ଗସ ବ୍ୟୁରୋ: ଅନୁଗୋଳ କଣିହାଁ ବ୍ଲକ ଅଂଚଳରେ ବିସ୍ଥାପିତଙ୍କ ବିଳାପ । ଜମି ଅଧିଗ୍ରହଣ ପରେ କ୍ଷତିପୂରଣ ଦେବାକୁ ଭୁଲିଗଲା ପ୍ରଶାସନ । 1994 ମସିହାରେ ବ୍ରାହ୍ମଣୀ ନଦୀ ଅବବାହିକାରେ ସମଲ ବ୍ୟାରେଜ ନିର୍ମାଣ ହୋଇଥିଲା । କିନ୍ତୁ ବ୍ୟାରେଜ ନିର୍ମାଣ ହେବା ପରଠାରୁ ଲୋକଙ୍କ ଦୁଃଖ ବଢିଛି । ପ୍ରତିବର୍ଷ ବନ୍ୟା ଜଳ ଆସି ମାଟି ଅତଡା ଖସିବା ସହ ଗାଁ ଭିତରେ ବନ୍ୟା ପାଣି ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ସୁଲେପାଳ ସମେତ ଏହାର ଆଖପାଖ ଅଂଚଳ ବିଶେଷ କ୍ଷତିଗ୍ରସ୍ତ ହେଉଛି ।

ସମଲ ବ୍ୟାରେଜ ନିର୍ମାଣ ସମୟରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 30ଫୁଟ ଜମି ଅଧିଗ୍ରହଣ କ୍ଷତିପୂରଣ ଦିଆଯାଇଥିଲା । କିନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ 70ଫୁଟ ଜମି ଚିହ୍ନଟ କରି କିଛି ଲୋକଙ୍କୁ କ୍ଷତିପୂରଣ ଦିଆଯାଇଥିଲେ ମଧ୍ୟ ଅନେକ ଏବେବି କ୍ଷତିପୂରଣ ପାଇବାରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି । ବାରମ୍ବାର ସର୍ଭେ ହେଉଛି । କିନ୍ତୁ ବାସଚ୍ୟୁତ ଓ ଜମିହରାଙ୍କୁ କ୍ଷତିପୂରଣ ନମିଳିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସମଲ ଜମିହରା ବିସ୍ଥାପିତ ପ୍ରଜାସଂଘ  ନ୍ୟାୟ ପାଇବା ପାଇଁ ଏବେ ବି କୋର୍ଟରେ ଲଢେ଼ଇ ଜାରିଖିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ