ଷଣ୍ଢ ଖାଇଗଲା ଫସଲ, ଦଣ୍ଡ ସ୍ୱରୂପ ୭ ଦିନ ଭୋକ ଉପବାସରେ ବାନ୍ଧି ଦେଲେ
by Argus News
Sun, Sep 15 | 9:34 p.m.

ଅର୍ଗସ ବ୍ୟୁରୋ:  ଷଣ୍ଢ ଫସଲ ଖାଇଗଲା ବୋଲି ତାକୁ ୭ ଦଣ୍ଡ ସ୍ୱରୂପ ୭ ଦିନ ଭୋକ ଉପବାସ ରେ ବାନ୍ଧି ରଖାଯାଇଥିଲା।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର କୋଦଭଟା ଗ୍ରାମରେ । ଘଟଣା ଅନୁସାରେ କୋଡଭଟା ରେ ଜଣେ ଚାଷୀ ତାଙ୍କ ଜମିରେ ମକା ଚାଷ କରିଥିଲେ । ସାତ ଦିନ ପୂର୍ବରୁ ତାଙ୍କ ମକା ଫସଲ କୁ ଏକ ଷଣ୍ଢ ଖାଇଦେଇଥିଲା । ଜମି ମାଲିକ ଉକ୍ତ ଷଣ୍ଢ କୁ କାବୁ କରି ଗୋଟେ ଗଛ ରେ ବାନ୍ଧି ରଖିଥିଲେ । ଏଭଳି ସାତ ଦିନ ବିତି ଯାଇଥିବା ବେଳେ ଷଣ୍ଢ ଟି କିଛି ଖାଇବାକୁ ପାଇ ନଥିଲା ଏଭଳିକି ପାଣି ଟିକିଏ ବି ପିଇବାକୁ ପାଇ ନଥିଲା । ଘଟଣା ସଂପର୍କ ରେ ସ୍ଥାନୀୟ କିଛି ବ୍ୟକ୍ତି ଜାଣିବା ପରେ ଷଣ୍ଢ କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ଜମି ମାଲିକ ଗାଳି ଗୁଲଜ କରିଥିଲା । ପରେ ସ୍ଥାନୀୟ ଲୋକ ରାଇଘର ପୋଲିସ କୁ ଖବର ଦେଇଥିଲେ । ରାଇଘର ପୋଲିସ କୋଦଭଟା ପହଞ୍ଚି ଷଣ୍ଢ କୁ ଉଦ୍ଧାର କରିଥିଲେ । ତେବେ ଏଭଳି ଘଟଣା କୁ ସ୍ଥାନୀୟ ଲୋକ ନିନ୍ଦା କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାଲେଶ୍ବର ବନ୍ୟା
25m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
57m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ