ସଭାକୁ ଡାକିଲେ ଜାତିଆଣ ଆକ୍ଷେପ କରି ତଡ଼ିଦେଲେ
by Argus News
Mon, Feb 12 | 8:33 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି ସକରାରଙ୍କୁ ଦୋମୁହାଁ ନୀତି। ଭୋଟ ହାତେଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଖାଇବାକୁ ଡାକୁଛନ୍ତି କିନ୍ତୁ ତଡ଼ି ଦେଉଛନ୍ତି। ଇଏ କେଉଁଭଳି ରାଜନୀତି। ଛାମୁଙ୍କ ନେତାମାନେ ବୋଧେ ଘରୁ ଠିକ ଭାବେ ହୋମଓ୍ବାର୍କ କରିକି ଆସିନାହାନ୍ତି। ଆମକୁ କାହିଁକି ଡାକୁଛ ଆଉ ତଡ଼ି ଦେଉଛ। ଆମେ ଦଳିତ ଜାତି ଆମକୁ ଘୃଣା କାହିଁକି କରିବ। ସରକାରଙ୍କ ଏଭଳି ବ୍ୟବସ୍ଥାକୁ ଆମେ ଘୃଣା କରୁଛୁ। ଆମେ ସ୍ବର ଉଠାଇଲୁ ବୋଲି ଆମକୁ ଦେଖିଦେବେ ବୋଲି ସରକାରୀ ବାବୁ କହୁଛନ୍ତି। 

ରାଜ୍ୟ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲୋକଙ୍କୁ ଡାକିଲେ ଜାତିଆଣ ଆକ୍ଷେପ କରି ଖାଇବାକୁ ଦେଲେନି । ତମେ ଦଳିତ ଲୋକ ଅଲଗା ଖାଇବାକୁ କହିଲେ ଖୋଦ ପିଇଓ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାଶିରା ଗ୍ରାମ ପଞ୍ଚାୟତରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ। ଗତ କାଲି ଏହି କାର୍ଯ୍ୟକ୍ରମ ସରିବା ପରେ ଖାଇବା ସମୟରେ ଦାହୁକବୁଡ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଗଣ୍ଡା ଲୋକ ସେପଟେ ଖାଇବ ବୋଲି ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଥିବା ଅଭିଯୋଗ କରିଛନ୍ତି ମହିଳାମାନେ । 

ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟରେ ଦଳୀୟ ପ୍ରଚାର କରୁଛି ବିଜେଡି ସରକାର । ତାସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଡାକି ହଇରାଣ କରୁଥିବା ଅଭିଯୋଗ ହୋଇଛି। ତେବେ ଏଭଳି ଜାତିଆଣ ଆକ୍ଷେପକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ। ଏନେଇ ଡୁଙ୍ଗୁରିପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଅନ୍ୟପଟେ ଘଟଣାକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ନିର୍ବାହୀ ଅଧିକାରୀ। 

ରାଜ୍ୟ ସରକାରଙ୍କ ଅଜବ ନିୟମ ଲୋକଙ୍କୁ ଡାକୁଛନ୍ତି ଆଉ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ହେବ ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡ଼ିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021