ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ
by Argus News
Fri, Oct 18 | 3:00 p.m.

ଭୁବନେଶ୍ୱର: ଭରତପୁର ଥାନା ନିର୍ଯାତନା ଘଟଣାର ସମୀକ୍ଷା କରିଛନ୍ତି କମିଶନ । ଗୃହ ସଚିବ, ସ୍ବତନ୍ତ୍ର ସଚିବଙ୍କ ସହ କ୍ରାଇମବ୍ରାଞ୍ଚ୍ ଏଡିଜି ଓ ତଦନ୍ତକାରୀ ଅଧିକାରୀ ଯୋଗ ଦେଇଥିଲେ । ତଦନ୍ତ କେତେ ଦୂର ଆଗେଇଛି ସମୀକ୍ଷା କରିଛନ୍ତି କମିଶନ।  

ମାମଲାରେ ଗୃହ ସଚିବଙ୍କୁ କିଛି ପ୍ରଶାସନିକ ତଥ୍ୟ ମାଗିବା ସହ ଗୁରୁତ୍ବପୂର୍ଣ୍ଣ ଦିଗରେ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ଗୁଜରାଟ ଯାଇଥିବା ପୋଲିସ ଅଧିକାରୀଙ୍କ ଲାଏ ଡିଟେକ୍ସନ ସରିଛି । ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଓ ବ୍ରେନ୍ ମ୍ୟାପିଂ ସରିଛି । ମାମଲାକୁ ଗୁରୁତର ସହ ନେଇ ଶୀଘ୍ର ରିପୋର୍ଟ ଦେବାକୁ ଗୁଜୁରାଟ ଫରେନସିକ୍ ଟିମକୁ ଜଣାଯିବ । ଖୁବଶୀଘ୍ର ପୀଡିତାଙ୍କ 164 ବୟାନ ରେକର୍ଡ ହେବ । ମାମଲାର ସତ୍ୟପାଠ ଶୀଘ୍ର କମିଶନଙ୍କ ଆଗରେ ଦାଖଲ କରାଯିବ ।

ତଦନ୍ତ ପରେ ସତ୍ୟାସତ୍ୟ ବାହାରିଲେ ଆଇନ ଗତ ଆକ୍ସନ୍ ହେବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସେପଟେ କମିଶନଙ୍କ ସଚିବ କହିଛନ୍ତି, ଆଡମିନିଷ୍ଟ୍ରେଟିଭ୍ ଗ୍ରାଉଣ୍ଡରେ କିଛି ତଥ୍ୟ ମଗାଯାଇଛି । 27  ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପରେ ସ୍କୁଟିନ ହେବ । ପୋଲିସର ଫରେନସିକ୍ ରିପୋର୍ଟ ଆସିନଥିବା କହିଛନ୍ତି କମିଶନଙ୍କ ସଚିବ ।

ଆହୁରି ପଢନ୍ତୁ ଓଡିଶା ଖବର...
 

ଶାସ୍ତ୍ରୀୟ ଭାଷା
5m ago
'ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି'
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳ
ଭୃଷଙ୍ଗ ପତ୍ର
18m ago
ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଔଷଧୀୟ ଗୁଣରେ ଭରପୂର ଭୃଷଙ୍ଗ ପତ୍ର କେବଳ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର ହୁଏ, ତେବେ ଆପଣ ଏହି ଭୁଲ ଧାରଣାକୁ ହଟାଇବା ଉଚିତ୍ ଭୃଷଙ୍
ଆଦିବାସୀ
22m ago
ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି
ନୟାଗଡ: ନୟାଗଡ ଜିଲ୍ଲାରେ ଆଦିବାସୀ ଗାଁରେ ଦନନୀୟ ସ୍ଥିତି । ଜିଲ୍ଲାର ୧୬୭୨ଟି ଆଦିବାସୀ ଗାଁରେ ଏଯାଏଁ ପହଂଚିନି ମୈଳିକ ସୁବିଧା । ସ୍ୱାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେବି କେଉଁଠ