ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା
by Argus News
Wed, Feb 21 | 8:33 a.m.

ଅର୍ଗସ ବ୍ୟୁରୋ: ଦୂର ହେବ ଦିବ୍ୟାଙ୍ଗଙ୍କ ଜଗା ଦର୍ଶନ ଚିନ୍ତା । ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ଏଣିକି ସହଜ ହେବ। ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଆଜି ବସିଥିବା ଛତିଶାନିଯୋଗ ବୈଠକରେ ଦିବ୍ୟାଙ୍ଗ ଭକ୍ତଙ୍କର ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନିଜ ନାମ ପଞ୍ଜୀକୃତ କରିବେ । ସେମାନଙ୍କୁ ପ୍ରଥମେ ହ୍ବିଲ୍ ଚେୟାରରେ ଉତ୍ତର ଦୁଆର ନିକଟକୁ ନିଆଯିବ। ସେଠାରୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକମାନେ ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟକୁ ନେବେ, ସେଠାରେ ପ୍ରତିହାରୀ ସେବାୟତମାନେ ସେମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନ କରାଇବେ । 

ଗୋପାଳବଲ୍ଲଭଠାରୁ ସକାଳଧୂପ ସମୟ ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନଙ୍କ ଦର୍ଶନ ପାଇଁ ସମୟ ରଖାଯାଇଛି। ତେବେ ନୀତି ଅନୁସାରେ ଏହି ଦର୍ଶନ ସମୟରେ ପରିବର୍ତ୍ତନ ହୋଇପାରେ। ଦିବ୍ୟାଙ୍ଗ ଭକ୍ତଙ୍କ ସହ ସେମାନଙ୍କ ପରିବାରର ଦୁଇଜଣ ସହଯୋଗୀ ଯାଇପାରିବେ । ଦୈନିକ ସର୍ବାଧିକ 20 ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ। ଜଣେ ମାସକୁ ଗୋଟିଏ ଥର ଦର୍ଶନ କରିପାରିବେ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ଖୁବଶୀଘ୍ରଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ