ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା  
by Argus News
Thu, Mar 14 | 2:31 p.m.

ବଲାଙ୍ଗୀର: ଭିଣୋଇକୁ ହତ୍ୟା ଘଟଣାରେ ଶଳାକୁ ବାନ୍ଧିଲା ପୋଲିସ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଝୁପୁଡ଼ିପଡ଼ାରେ ଘଟିଥିଲା ଏଭଳି ଘଟଣା।  ସୂଚନାମୂତାବକ, ୧୨ତାରିଖରେ ସକାଳ ୫ଟା ସମୟରେ ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଜଗନ୍ନାଥ ଗହିରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଭବାନିପାଟଣା ରୁ ବେଲପଡା କୁ ଭଡା ଆସିଥିଲେ। ଝୁପୁଡ଼ିପଡ଼ା ଠାରେ ତାଙ୍କ ମାମୁ ଶଶୁର ଘର ରହି ଥିଲେ।  ସକାଳେ ଜଗନ୍ନାଥଙ୍କ ଶରୀର ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

ସମ୍ପର୍କୀୟ ଦେଖିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା କୁ ନେଇଥିଲେ।   ସେଠାରେ ଜଗନ୍ନାଥ ଙ୍କ ଡାକ୍ତର ମୃତ ଘୋଷଣା କରିଥଲେ। ମୃତ ଜଗନ୍ନାଥଙ୍କ ମୁଣ୍ଡ ଓ ଶରୀର ଗଭୀର ଆଘାତ ଲାଗିଥିଲା।  କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିଲା।  

ମୃତ ଜଗନ୍ନାଥ ଙ୍କ ଭିଣୋଇ ହତ୍ୟା କରିଥିବା ନେଇ  ମକର ଧ୍ବଜ ବଗର୍ତ୍ତୀ  କଣ୍ଟାବାଞ୍ଜି ଥାନା ରେ ଲିଖିତ ଅଭିଯୋଗ କରିଥିଲେ।  ପରେ  ପୋଲିସ କେସ ନଂ ୯୬|୨୪ ରେ ମାମଳା ରୁଜୁ କରି ଜଗନ୍ନାଥ ଙ୍କ ମାମୁ ଶଶୁର ଘର ୨ଜଣ ସମ୍ପର୍କୀୟ ଙ୍କୁ ଉଠାଇ ଆଣି ଅଧିକ ପଚରାଉଚା କରିଥିଲା।  ସମ୍ପକୀୟ ଶଳା ଆକାଶ ବାଗ କୁ କଣ୍ଟାବାଞ୍ଜି ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

IPL
5m ago
ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଆଇପିଏଲ ମେଗା ନିଲାମ
ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ୨୦୨୫ର ମେଗା ନିଲାମ । ସାଉଦି ଆରବରେ ଆଇପିଏଲ ୨୦୨୫ ସଂସ୍କରଣ ପାଇଁ ମେଗା ଅକ୍ସନ ଅନୁଷ୍ଠିତ ହେବ। ନଭେମ୍ବର ୨୪ ଓ ୨୫ ଦୁଇ ଦିନ ଏହି ମେଗା ନିଲାମ ଅନୁଷ୍ଠିତ ହେବ
ଓଲଟିଲା ପିକ୍ଅପ
51m ago
ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ
କେନ୍ଦୁଝର: ଓଲଟିଲା ବ୍ରଏଲର କୁକୁଡ଼ା ବୋଝେଇ ପିକ୍ଅପ ଭ୍ୟାନ । କୁକୁଡ଼ା ବୋହି ନେଲେ ସ୍ଥାନୀୟ ଲୋକ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟର
MAHARASTRA
ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ?
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତି ଝଡ଼ । ଭାଙ୍ଗିଲା ସବୁ ରେକର୍ଡ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଛି । ବିଜୟ ପର
TIGER
କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ
ଅର୍ଗସ ବ୍ୟୁରୋ: ନବରଙ୍ଗପୁରରୁ ବାଘ ଛାଲ ଜବତ। କଲରାପତରିଆ ବାଘଛାଲ ଜବତ କରିଛି ନବରଙ୍ଗପୁର ବନବିଭାଗ। ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବାଘଛାଲ ଛତିଶଗଡ ଚାଲା
SPORTS
ଭାରତ ଦ୍ୱିତୀୟ ଇନିଂସରେ ୧୭୨ ରନ କରିଛି ସଂଗ୍ରହ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ଇନିଂସରେ କୌଣସି ୱିକେଟ