ଷ୍ଟାଫ କ୍ବାର୍ଟର୍ସରୁ ମିଳିଲା ଆସିଷ୍ଟାଣ୍ଟ ସେଫଙ୍କ ମୃତଦେହ
by Argus News
Wed, Apr 03 | 4:54 p.m.

ଅର୍ଗସ ବ୍ୟୁରୋ: ବଡ଼ବିଲ ସ୍ଥିତ ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାର୍ଟର୍ସରୁ ଆଜି ଜଣେ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା ବରି ଅରଙ୍ଗାବାଦ ଅଞ୍ଚଳର ପବିତ୍ର କିଶୋର ଦାସ । ମୃତ୍ୟୁ ଖବର ଶୁଣି ଆଜି ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଷ୍ଟାଫ୍ ରୁମର ସିଲିଂ ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ। 

ପରିବାର ଲୋକଙ୍କ କହିବା କଥା ପବିତ୍ର ଗତ ୨୮ ତାରିଖରେ ଲକି ଇଣ୍ଡିଆ ହୋଟେଲରେ ସେଫ୍ ଭାବେ ଯୋଗ ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇ ଥିବା ନେଇ ସନ୍ଦେହ ପ୍ରକଟ କରିବା ସହ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ମୃତ ଦେହକୁ ଜବତ୍ ଜରି ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ