ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କଲେ ପ୍ରତିନିଧି ଦଳ
by Argus News
Sat, Dec 02 | 2:07 p.m.

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ପୁରୀର ସାତସାହି 42 କନ୍ଦିର ପ୍ରତିନିଧି ଦଳ ଓ ଅନ୍ୟମାନେ। ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ ପୁରୀବାସୀଙ୍କ ସମେତ ବଡଦାଣ୍ଡ ବଡବଜାର ଉଠାଦୋକାନୀମାନେ ପ୍ରକଳ୍ପ କାର୍ଯ୍ୟକୁ ବୁଲି ଦେଖିବା ସହ ସରକାରଙ୍କ ଆଗରେ ତିନୋଟି ଦାବି ରଖିଛନ୍ତି।  ଭକ୍ତଙ୍କ ସୁବିଧା ନିମନ୍ତେ ମରଚିକୋଟ ଛକଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ଥଇଥାନ୍ ଓ ପରେ ଉଚ୍ଛେଦ କରାଯାଉ ବୋଲି ଜଗନ୍ନାଥ ସେନା ଆବାହକ କହିଛନ୍ତି।

ସେହିଭଳି ଭକ୍ତମାନଙ୍କ ପାଇଁ ଚାରିଦୁଆର ଯଥାଶୀଘ୍ର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତିମଣତି କରିବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି ରଖାଯାଇଛି। ଆସନ୍ତା ଜାନୁୟାରୀ 17 ତାରିଖରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ପ୍ରତିଷ୍ଠା ଦିବସ ହେବାକୁ ଥିବାବେଳେ ଯଦି ଜାନୁଆରୀ 1ରୁ 3 ତାରିଖ ମଧ୍ୟରେ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତିମଣତି ସହ ଚାରିଦୁଆର ନଖୋଲେ ତେବେ ଆସନ୍ତା 17 ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ସେନାର ଆବାହକ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ