ଚଳିତ ସିଜିନରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବରରେ ତାତି
by Argus News
Mon, Apr 22 | 6:33 p.m.

ଭୁବନେଶ୍ୱର:  ପ୍ରଚଣ୍ଡ ରୋଦ୍ର୍ୟତାପରେ ସିଝୁଛି ସାରା ଓଡ଼ିଶା । ଚଳିତ ସିଜିନରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବରରେ ତାତି । ସାଢ଼େ ୨ଟା ସୁଦ୍ଧା ୪୩ ଡିଗ୍ରୀ ପାର କଲା ରାଜଧାନୀରେ ତାପମାତ୍ରା । ଦିନ 2ଟା 30 ସୁଦ୍ଧା ଭୁବନେଶ୍ବରରେ 43.8, ବାଲେଶ୍ବର 40.7, ଚାନ୍ଦବାଲି 40.4, କେନ୍ଦୁଝର 38 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଗାମୀ 24 ଘଣ୍ଟା ତାତି ଜାରି ରହିବ । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଗରମରୁ ଦେଇପାରେ ଆଶ୍ବସ୍ତି । ବର୍ଷା ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅନେକ ସ୍ଥାନରେ ଦିନ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ହୋଇପାରେ । 25 ତାରଖଠୁ ପୁଣି ବଢିବ ତାତି । ସେପଟେ ଚଳିତ ବର୍ଷ ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ‘ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତିଲ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛିନ୍ତି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ରାଇବଣିଆ ଅଞ୍ଚଳରେ
now
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ