୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ
by Argus News
Sun, Nov 05 | 9:25 a.m.

ଅର୍ଗସ ବ୍ୟୁରୋ: ଧରା ପଡ଼ିଲା ମଣିଷ ଖିଆ ବାଘ । ୫ ଦିନ ଧରି ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । କୋଦାପାଲି ଗାଁରେ ଯନ୍ତାରେ ପଡ଼ିଛି କଲରାପତରିଆ ବାଘ । ଗତ କିଛି ଦିନ ହେଲା ଏହି ବାଘ ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିଲା। 

ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ମାରି ଖାଇବା ପରେ ଘର ଭିତରୁ ୮ ବର୍ଷର ଶିଶୁକୁ ଟେକି ନେଇଥିଲା । ଏବେ ଏହି ମଣିଷ ଖିଆ କଲରାପତରିଆ ବାଘକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ। ବର୍ତ୍ତମାନ ଏହି ବାଘକୁ ନୂଆପଡ଼ା ରେଞ୍ଜ ଅଫିସରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

ରାଇବଣିଆ ଅଞ୍ଚଳରେ
now
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ
ମୁମ୍ବାଇରୁ ଲଣ୍ଡନ
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ