ଓଡ଼ିଆ ଯୁବକ ଯୁବତୀଙ୍କୁ ପ୍ରତାରିତ କରିଥିଲା ପୂର୍ବ ବିଜେଡି ସରକାର 
by Argus News
Wed, Sep 11 | 7:00 p.m.

ଅର୍ଗସ ବ୍ୟୁରୋ:  ବିଧାନସଭାରେ ଉଠିଲା ବେକାରୀ ସମସ୍ୟା ପ୍ରସଙ୍ଗ । ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି, ସରକାରୀ ପଦବୀ ପୁରଣ ନହେବା, ନୂତନ ପଦବୀ ସୃଷ୍ଟି ନହେବା ଓ ଚୁକ୍ତି ଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନକରିବା ନେଇ କଂଗ୍ରେସ ଦେଇଥିଲା ମୁଲତବୀ ନୋଟିସ । ଯାହାକୁ ନେଇ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉତ୍ତର ରଖିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ୨୦୨୨ - ୨୦୨୩ ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ଅଧିକ ଥିଲା । ଜାତୀୟ ହାର ୩.୨ ଥିବା ବେଳେ ରାଜ୍ୟରେ ଥିଲା ୩.୯ । ଏବେ ନୂଆ ସରକାର  ନୂଆ ନିଯୁକ୍ତି ଉପରେ କରିଛନ୍ତି ଫୋକସ ।

ଗ୍ରାଫିକସ- ୫ ବର୍ଷ ଭିତରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ମୂଳ ପଦବୀ ଖାଲି ରହିଛି ୧ ଲକ୍ଷ ୩୨ ହଜାର ୪୫୯ । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । 2024 ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର 34 ହାଜର 686 ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ନିଯୁକ୍ତି ପ୍ରକ୍ରିୟାରେ ହେଉଥିବା ପରୀକ୍ଷାରେ ସ୍ବଚ୍ଛତା ଆଣିବା ପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଆଇନ ପ୍ରଣୟନ କରିବେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।  ବିଜେପି ବିଧାୟକ ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, 24 ବର୍ଷ ଶାସନରେ ଥିବା ପୂର୍ବ ବିଜେଡ଼ି ସରକାର ଓଡ଼ିଆ ଯୁବକ ମାନଙ୍କୁ ପ୍ରତାରିତ କରିଛି । ଏହାର ପ୍ରତିଫଳନ ହେଉଛିଏହି ବେକାରୀ ସମସ୍ୟା । 2022 ଅକ୍ଟୋବର 16ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ ହେବ ଏବଂ ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଥିଲେ । ହେଲେ କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ବନ୍ଦ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ।

ଅନ୍ୟପଟେ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ ଆଉ କେତେ ପଦବୀ ଖାଲି ଅଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଠିକା ନିଯୁକ୍ତି ଉଠାଇବେ କି ? । କଂଗ୍ରେସ କହିଛି, ଯେଉଁ ମାନେ ଆଜି ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସ୍ଥାୟୀ କରାଯାଉ । ।

ଦୀର୍ଘ ଦିନ ଧରି କର୍ମଚାରୀଙ୍କ ଆନ୍ଦୋଳନ ପରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ ପୂର୍ବ ବିଜେଡ଼ି ସରକାର । କିନ୍ତୁ ପରବର୍ତ୍ତୀ ସମୟରେ ଠିକା ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଲା । ଯାହାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏବେ ମୋହନ ସରକାରରେ ଖାଲି ଥିବା ସରକାରୀ ପଦବୀ ପୂରଣ ପାଇଁ ନିଆଯାଇଛି ବଡ଼ ପଦକ୍ଷେପ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଭାରତ ଏବଂ ବାଂଲାଦେଶ
17m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
38m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
44m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା