ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା 
by Argus News
Wed, Sep 25 | 1:43 p.m.

ଭୁବନେଶ୍ୱର:  ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା । ବାଲିଅନ୍ତା ଥାନା ସରକଣା ଗ୍ରାମ ର ବିଶ୍ଵଜୀତ୍ ସାମନ୍ତରାୟଙ୍କ ଘର ପିଣ୍ଡାରେ ଧାରଣାରେ ବସିଛନ୍ତି ତାଙ୍କ ପ୍ରେମିକା । ଦିଶ୍ଵଜିତଙ୍କ ବିରୋଧରେ ପ୍ରେମ ଏବଂ ପ୍ରତାରଣା ଅଭିଯୋଗ ଆଣିଛନ୍ତି ପ୍ରେମିକା । ଏ ନେଇ ବରଗଡ଼ ଥାନାରେ ପ୍ରେମିକା ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ମାମଲା ରୁଜୁ କରି ବସି ପଡିଛି । ତେବେ ମାମଲା ର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରେମିକା ଜଣକ ପ୍ରେମିକ ଘର ସାମ୍ନା ରୁ ଉଠିବେ ନାହିଁ ବୋଲି ରୋକ୍ ଠୋକ ମନା କରିଛନ୍ତି ।

ଗତ ଅଢେଇ ବର୍ଷ ପୂର୍ବେ ବିଶ୍ଵଜିତ୍ ଙ୍କ ସହ ଯୁବତୀଙ୍କର ସୋସିଆଲ ମିଡ଼ିଆ ରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ରହିଥିଲା । ଯୁବତୀ ଜଣକ ବିଶ୍ଵଜିତ ଙ୍କ ଘରକୁ ପରିବାର ସହମତିରେ ଆସି ରୁହନ୍ତୁ । ବିବାହ ମଧ୍ୟ ସ୍ଥିର ହୋଇଥିଲା । ମାତ୍ର ପରବର୍ତ୍ତି ସମୟରେ ବିଶ୍ଵଜିତ ଏବଂ ତାଙ୍କ ପରିବାର ବାହାଘର ପାଇଁ ରାଜି ହୋଇନଥିଲେ । ଏହାପରେ ଯୁବତୀ ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ । 
ଅଧିକ ପଢନ୍ତୁ ଓଡ଼ିଶା ଖବର  

ମଧୁମେହ
2m ago
ଖାଲି ପେଟରେ ମେଥି ପାଣି ପିଇଲେ ନିୟନ୍ତ୍ରଣ ହେବ ମଧୁମେହ
ଅର୍ଗସ ବ୍ୟୁରୋ: ଆଜିକାଲି ମଧୁମେହ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧୁମେହ ରୋଗୀମାନଙ୍କର ଯଥେଷ୍ଟ ବୃଦ୍ଧି ପାଉଛି । ଏହି ରୋଗରେ ସାରା ବିଶ୍ୱରେ କୋଟ
ପାଟଣାଗଡ଼କୁ
9m ago
ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଅର୍ଗସ ବ୍ୟୁରୋ: ପାଟଣାଗଡ଼କୁ ଦିନିକିଆ ଗସ୍ତ କରିଛନ୍ତି ଓଡ଼ିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ। ପ୍ରଥମେ ସ୍ଥାନୀୟ ରାଜ ଖମାରରେ ଦୀନଦୟାଲଙ୍କ ଜନ୍
AISHWARYA
19m ago
ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିଲେ ଐଶ୍ୱର୍ଯ୍ୟା
ଅର୍ଗସ ବ୍ୟୁରୋ: କଣ ଏମିତି କହିଗଲେ ଜୟା ବଚ୍ଚନ। ସମସ୍ତଙ୍କ ସାମ୍ନାରେ ଏମିତି କହିଗଲେ ଜୟା। ଜୟା ବଚ୍ଚନଙ୍କ କଥା ଶୁଣି କାନ୍ଦିବାକୁ ଲାଗିଲେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ