ରାଜ୍ୟରେ ଡବଲ ଇଞ୍ଜିନ ସରକାର ସଂକଳ୍ପ ପୂରଣ ପାଇଁ ଦେଲେ ଆହ୍ବାନ
by Argus News
Thu, Feb 22 | 7:05 p.m.

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକି ପାରିବେନି। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମେ ସଫଳ ହେବୁ, ଓଡ଼ିଶାରେ ସରକାର ଗଠନ କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସାଧାରଣ ନିର୍ବାଚନରେ 4ଶହରୁ ଅଧିକ ସିଟ୍ ହାସଲ ଲକ୍ଷ୍ୟ ପୂରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ନବରଙ୍ଗପୁର, ବ୍ରହ୍ମପୁର ପରେ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଦଳୀୟ କର୍ମୀଙ୍କ ମନରେ ଜୋଶ୍ ଭରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । 

ରାଜନୀତି ନୁହେଁ, ଦେଶ ଆମ ପାଇଁ ପ୍ରାଥମିକତା, ଆଗାମୀ 3 ବର୍ଷ ଭିତରେ ଭାରତ ବିଶ୍ବର ତୃତୀୟ ବଡ଼ ଅର୍ଥନୀତି ହେବାକୁ ଯାଉଛି । 9 ବର୍ଷ ଭିତରେ 11ତମ ସ୍ଥାନରୁ ଅର୍ଥନୀତିକୁ ପଞ୍ଚମ ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି ମୋଦି ସରକାର । 2014, 2019ଠାରୁ ଏବେ ଓଡ଼ିଶା ସମେତ ସାରା ଦେଶରେ ଲୋକଙ୍କ ଉତ୍ସାହ ବଢିଛି ।  ପ୍ରଧାନମନ୍ତ୍ରୀଙ୍କ 400 ପାର୍ ଲକ୍ଷ୍ୟ ପୂରଣ କରିବାକୁ ସଂକଳ୍ପ ନେବାକୁ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ରାଜନାଥ ସିଂହ । 

ପୂର୍ବରୁ ୟୁପିଏ ସରକାର ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରୁଥିଲା । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ ଉଦ୍‌ଘାଟନ ହେଉନଥିଲା । କିନ୍ତୁ ବିଜେପି ଯେଉଁ ପ୍ରତିଶ୍ରୁତି ଦିଏ, ତାହା ପୂରଣ କରେ । ଏକଥା ଦେଶବାସୀଙ୍କୁ ଅଛପା ନାହିଁ । ୟୁପିଏ ସରକାର 10 ବର୍ଷରେ ଓଡ଼ିଶାକୁ 3 ଲକ୍ଷ କୋଟି ଦେଇଥିଲା । 9 ବର୍ଷରେ ମୋଦି ସରକାର ଓଡ଼ିଶାକୁ 18 ଲକ୍ଷ କୋଟି ଦେଇଛନ୍ତି । 

ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିହାତି ଦରକାର। କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ। ଏଠାରେ ବି ଡବଲ ଇଞ୍ଜନ ସରକାର କରିବୁ ବୋଲି ଦାବି କରିଛନ୍ତି ରାଜନାଥ । ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଥମେ ନବରଙ୍ଗପୁରରେ ଲୋକସଭା ଓ ବିଧାନସଭାସ୍ତରୀୟ ନିର୍ବାଚନୀ ବୈଠକରେ ସାମିଲ୍ ହେବା ପରେ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବିବେକ ବିହାର ପଡ଼ିଆରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହାପରେ ଅପରାହ୍ନରେ ବାରିପଦା ଛଉ ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦେଇ କର୍ମୀଙ୍କ ମନୋବଳ ବଢାଇଛନ୍ତି ରାଜନାଥ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ