ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର
by Argus News
Wed, Nov 06 | 2:51 p.m.

ଅର୍ଗସ ବ୍ୟୁରୋ:ହାତୀଙ୍କ ସୁରକ୍ଷା ପାଇଁ ଅଧିକ ଜଙ୍ଗଲ ସୃଷ୍ଟି କରିବେ ସରକାର। ବର୍ତ୍ତମାନ  କେତେ ପରିମାଣରେ ଜଙ୍ଗଲ ରହିଛି ଆଉ କେତେ ଆବଶ୍ୟକ ରହିଛି ହେବ ଅନୁଧ୍ୟାନ। ଅଧିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବ ପ୍ରୋତ୍ସାହନ ରାଶି। ଅଧିକ ସଂଖ୍ୟକ ହାତୀ ମୃତ୍ୟୁର ବି କାରଣ ଖୋଜିବେ ସରକାର। ହାତୀଙ୍କ ପାଇଁ ଜଙ୍ଗଲ ଅଭାବ ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି ରାଜ୍ୟରେ ଜଙ୍ଗଲ ତୁଳନାରେ ଅଧିକ ହାତୀ ରହିଛନ୍ତି । ତେଣୁ ବର୍ତ୍ତମାନ ବିଭାଗ ଚିନ୍ତା କରୁଛି ଅଧିକ ଜଙ୍ଗଲ ସୃଷ୍ଟି କରିବା ଲାଗି । ବର୍ତ୍ତମାନ ଜଙ୍ଗଲ କେତେ ପରିମାଣରେ ରହିଛି ଆଉ କେତେ ଆବଶ୍ୟକ ରହିଛି, ଵର୍ତମାନର ପରିସ୍ଥିତି ହାତୀଙ୍କୁ ସୁହାଉଛି କି ନାହିଁ ଏବଂ ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଛି କି ତାର ଅନୁଧ୍ୟାନ  କରୁଛି ବିଭାଗ । ସମସ୍ତ ବିଶେଷଜ୍ଞଙ୍କ ସହ ଆଲୋଚନା କରି ଅଧିକ ପଦକ୍ଷେପ ନିଆଯିବ । ହେନ୍ତାଳ ବଣଠୁ ନେଇ ଗ୍ରାମ୍ୟ ଜଙ୍ଗଲ ବଢାଇବା ପାଇଁ ସରକାର ପଦକ୍ଷେପ ନେବା ସହ ଘରୋଇ ଲୋକଙ୍କୁ ମଧ୍ୟ ସାମିଲ କରାଯିବ।  କେଉଁ କାରଣରୁ ରାଜ୍ୟରେ ଏତେ ସଂଖ୍ୟକ ହାତୀ ମରୁଛନ୍ତି ତାହାର ତଦନ୍ତ କରାଯାଉଛି । ଶିକାରୀ ଦ୍ବାରା କି ବିଦ୍ୟୁତ ଦ୍ବାରା ହାତୀ ମରିଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 

FARMERS
36m ago
ବାତ୍ୟା କ୍ଷୟକ୍ଷତି ଟଙ୍କା, ୭ ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା କରିବେ ବଣ୍ଟନ
ଅର୍ଗସ ବ୍ୟୁରୋ: ଆଜି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ପଠାଯିବ ବାତ୍ୟା କ୍ଷୟକ୍ଷତି ଟଙ୍କା | 7 ଦିନ ଭିତରେ ଜିଲ୍ଲାପାଳ ଚାଷୀଙ୍କୁ କ୍ଷୟକ୍ଷତି ଟଙ୍କା ବଣ୍ଟ
FARMERS
ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ, ସାମିଲ ହେବେ ଲକ୍ଷାଧିକ ଚାଷୀ
ଅର୍ଗସ ବ୍ୟୁରୋ: ବରଗଡ଼ ସୋହେଲାରେ ହେବ ବିଶାଳ ଚାଷୀ ସମାବେଶ । ସାମିଲ ହେବେ ଲକ୍ଷାଧିକ ଚାଷୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ନଭେମ୍ବର ତୃତୀୟ ସପ୍ତାହର
ନିଦ
ଏହି ଦୁଇଟି ଜିନିଷ ଆପଣଙ୍କୁ ରାତିରେ ଭଲ ନିଦ କରିବାରେ ସାହାଯ୍ୟ କରିବ
ଅର୍ଗସ ବ୍ୟୁରୋ: ଅଧିକାଂଶ ଲୋକ ରାତିରେ ଭଲ ନିଦ ଶୁଅନ୍ତି ନାହିଁ । ଆଉ ଯେତେବେଳେ ସକାଳେ ଉଠନ୍ତି ବିରକ୍ତ ଲାଗିଥାଏ । ମନୋବଳ ସତେଜ ରହେ ନାହିଁ ଏବଂ କୌଣସି କାମ କରିବାକୁ ଭଲ ଲାଗେ ନାହିଁ କାର