ଦୁର୍ଗମରେ ପ୍ରହସନ ପାଲଟିଛି ସରକାରୀ ବସୁଧା ଯୋଜନା
by Argus News
Thu, Oct 17 | 5:26 p.m.

ଅର୍ଗସ ବ୍ୟୁରୋ:  ବୌଦ୍ଧ ଜିଲ୍ଲାକଣ୍ଟାମାଲ ବ୍ଲକ ବରଗାଁ ଗ୍ରାମପଂଚାୟତର ସୌରୀବେଙ୍ଗଏସର ଆମ୍ବପଡା । 10ବର୍ଷରୁ ଉର୍ଦ୍ଧ ସମୟ ହେବ ଏଠାରେ 15ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି I ଗାଁରେ ଅନେକ ସମସ୍ୟା ରହିଛି କିନ୍ତୁ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି I ଗାଁରେ ଏକ ନଳକୂପ ଅଛି କିନ୍ତୁ ସେଥିରୁ ଦୂଷିତ ପାଣି ବାହାରୁଛି I ଲୁହା ଗୁଣ୍ଡ ସହ ପାଣି କିଛି ସମୟ ପରେ ତେଲିଆ ହୋଇ ଲାଲ ହୋଇଯାଉଥିବା ଅଭିଯୋଗ ହୋଇଛି । ଏହି ପାଣି ପିଇବା ଦ୍ଵାରା ଗାଁର ବୟସ୍କଠୁ ଆରମ୍ଭ କରି ଶିଶୁ ସମସ୍ତଙ୍କ ଦାନ୍ତ ଲାଲ ହେଉଥିବା କହିଛନ୍ତି ଗ୍ରାମବାସୀI

ପୂର୍ବ ବିଜେଡି ସରକାର ଥିବା ସମୟରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ଏପର୍ଯ୍ୟନ୍ତ ଗାଁରେ ପାଇପ ମଧ୍ୟ ବିଛା ଯାଇନାହଁ I ଆଜିଯାଏଁ ଉପାନ୍ତବାସୀ ଜାଣି ନାହାନ୍ତି ବସୁଧା ଯୋଜନା କଣ I ସତେ ଯେମିତି ଉପାନ୍ତ ରେ କାନ୍ଥ ରେ ସୀମିତ ହୋଇଛି ଯୋଜନା I ପାଣି ପାଇଁ ବ୍ଲକଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କଲା ପରେବି ପାଣି ସମସ୍ୟାର ସମାଧାନ ହେଉନି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ଉଚ୍ଚ ଜୁଆର
11m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
14m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ