ସାମ୍ନାକୁ ଆସିଲା ବରିଷ୍ଠ IAS, IPSଙ୍କ ବଡ଼ ଚଞ୍ଚକତା!
by Argus News
Sat, Jun 15 | 9:02 p.m.

ଅର୍ଗସ ବ୍ୟୁରୋ: ସନ୍ଦେହ ଘରରେ ରାଜ୍ୟର ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍। ସାମ୍ନାକୁ ଆସିଛି ବିଜେଡି ସରକାରରେ ପାୱାରଫୁଲ୍ ଭୂମିକାରେ ଥିବା ଏହି ବାବୁମାନଙ୍କର ବଡ଼ ଚଞ୍ଚକତା। ଆପିଏସ ଅଧିକାରୀ ଡ଼ି.ଏସ୍ କୁଟ୍ଟେ, ଆଶିଷ ସିଂ, ଦୀପକ କୁମାର, ନିତିନଜିତ ସିଂ ଏବଂ ଆଏଏସ ଅଧିକାରୀ  ଆର. ଭିନିଲକ୍ରିଷ୍ଣା, ରାଜେଶ ପ୍ରଭାକର ପାଟିଲ ଡିପାର୍ଟମେଣ୍ଟ ଅଫ୍ ପର୍ସେନାଲ ଆଣ୍ଡ ଟ୍ରେନିଂ ବା DOPT ନିକଟରେ ସମ୍ପତ୍ତି ନେଇ ଦେଇଛନ୍ତି ଭୁଲ ତଥ୍ୟ। ଏପରିକି ନିଜର ଭୂ ସମ୍ପତ୍ତି ବାବଦରେ ରିଟର୍ଣ୍ଣ ଫାଇଲରେ ଦର୍ଶାଇ ନାହାନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଖୋଲାଦ୍ବାର ମୌଜାର ଖତିୟାନ ନମ୍ବର ୨୦୯ , ୨୪୨ ଓ ୬୫୦/୭୦ ବାବଦରେ ଉଲ୍ଲେଖ କରିନାହାନ୍ତି ଏହି ବରିଷ୍ଠ ଆଇଏସ ଓ ଆଇପିଏସ୍।

ଅନ୍ୟପଟେ ଦୁଇ ଆଇପିଏସ ଅଧିକାରୀ ଆଶିଷ ସିଂ ଓ ଦୀପକ କୁମାର DOPT ନିକଟରେ ନିଜର ଜମି ବାବଦରେ ଭୁଲ ତଥ୍ୟ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଖୋଲାଦ୍ବାର ମୌଜାର ଖତିୟାନ ନମ୍ବର ୨୫୭ ଓ ପ୍ଲଟ ନମ୍ବର ୩୬୮ ଅନ୍ୟ ନାମରେ ଥିବାବେଳେ DoPT ନିକଟରେ ଭୁଲ ତଥ୍ୟ ଦାଖଲ କରିଛନ୍ତି। ଅନ୍ୟପଟେ ଡି.ଏସ୍ କୁଟ୍ଟେ ଓ ଆର ଭିନିଲ କ୍ରିଷ୍ଣା ନିଜ ନାମରେ ଥିବା ଜମିକୁ ମହାରାଷ୍ଟ୍ର ଥାନେର ପ୍ରକାଶ କୁମାର ଗୁହାକୁ ବିକ୍ରି କରିଥିଲେ ବି ସରକାରଙ୍କୁ ସେ ନେଇ ତଥ୍ୟ ଲୁଚାଇଛନ୍ତି। 

ଏବେ ପ୍ରଶ୍ନ ଉଠୁଛି କେଉଁ ଉଦ୍ଦେଶ୍ୟରେ ଏହି ଜମି ବାବଦରେ ତଥ୍ୟ ଲୁଚାଥିଲେ ବିଜେଡି ସରକାରଙ୍କର ଖାସ୍ ବନିଥିବା ଏହି ଆଇଏଏସ ଓ ଆଇପିଏସ୍ ବାବୁମାନେ। ଏବେ ସତ ସାମ୍ନାକୁ ଆସିବା ପରେ ହେବ କି କାର୍ଯ୍ୟାନୁଷ୍ଠାନ ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଟେଷ୍ଟ
55m ago
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର
ଯୌନ ଶୋଷଣ
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋ