ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 
by Argus News
Thu, Feb 29 | 8:31 a.m.

ବୌଦ୍ଧ:  କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବୌଦ୍ଧ ଜିଲ୍ଲା ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରଦୀପ ଅଫିସ କାମ ସାରି କ୍ବାର୍ଟରକୁ ଫେରିଥିଲେ । କିନ୍ତୁ ଅପରାହ୍ନ ପରେ ସେ ଆଉ ଘରୁ ବାହାରି ନଥିଲେ । ରାତି ପର୍ଯ୍ୟନ୍ତ ଯନ୍ତ୍ରୀଙ୍କ ଦେଖା ନମିଳିବାରୁ ଅଫିସ କର୍ମଚାରୀମାନେ ତାଙ୍କ ଘର ପଛପଟ କବାଟ ଭାଙ୍ଗିଥିଲେ ।

 ଘର ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପ୍ରଦୀପଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ପ୍ରଦୀପଙ୍କ ଘର ବାରିପଦାରେ ହୋଇଥିବାବେଳେ ସେ ବୌଦ୍ଧ ଇରିଗେଶନ କଲୋନୀ କ୍ବାର୍ଟରରେ ଏକୁଟିଆ ରହୁଥିଲେ । ତେବେ ଏହା ଆତ୍ମହତ୍ୟା କି ହତ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ପରେ ହିଁ ମୃତ୍ୟୁ ଉପରୁ ସସପେନ୍ସ ହଟିବବୋଲି ଅନୁମାନ କରାଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ