ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା
by Argus News
Fri, Jun 21 | 11:19 a.m.

ପୁରୀ:  ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଥିବା ବେଳେ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି । ସେପଟେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ଦେଇଛି ପ୍ରଶାସନ । ମାର୍କେଟ ଛକଠୁ ଅସ୍ଥାୟୀ ବ୍ୟାରିକେଡ଼ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏପଟେ ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଛତିଶା ନିଯୋଗର ସହଯୋଗ ଲୋଡ଼ିଛନ୍ତି ।

ଦେବସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶ ପରିଧାନ କରିବେ । ସେଥିପାଇଁ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ  ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।   ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ । ସୋଲ,ଜରି, ଜମ୍ବୁରା, କଦଳିପଟ, କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗର ମାନେ  ମନଲୋଭା ହାତୀବେଶ ପ୍ରସ୍ତୁତ କରିଥାନ୍ତି । ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ  କିଆଫଳି, ଚନ୍ଦ୍ରସୂର୍ଯ୍ୟ, ଡାଳି, କାନ, ଥୋଡ, ହାଣ୍ଡିଆ ରହିଛି ।

ସ୍ନାନମଣ୍ଡପରେ ଜଳଲାଗି ପରେ ମହାପ୍ରଭୁ  ଦୁର୍ଲଭ ହାତୀବେଶରେ ସଜ୍ଜିତ ହେବେ। ତେବେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପ୍ରସ୍ତୁତ କରିବାର ସେବା ଓ ସୁଯୋଗ ପାଇଥିବାରୁ ବେଶ କାରିଗର ମାନେ ନିଜକୁ ଧନ୍ୟ ମନେ କରିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

ଟେଷ୍ଟ
41m ago
ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ
ଅର୍ଗସ ବ୍ୟୁରୋ:ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେ
କାଶ୍ମୀର
48m ago
କାଶ୍ମୀରକୁ ପାଲେଷ୍ଟାଇନ୍ ସହିତ ପାକିସ୍ତାନ ତୁଳନା କରିବା ହାସ୍ୟାସ୍ପଦ:ମଙ୍ଗଳନନ୍ଦନ
ଅର୍ଗସ ବ୍ୟୁରୋ: ପାକିସ୍ତାନର ମିଛବର୍ଷିଛି ଭାରତ।ଜାତିସଂଘ ମହାସଭାରେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ପୁଣି ବିଷ ଓଗାଳିଛନ୍ତି,ଦେଖିବାକୁ ମିଳିଛି ପାକିସ୍ତାନର କାଶ୍ମୀର ରାଗ । ଭାର
ଯୌନ ଶୋଷଣ
54m ago
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋ