ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର
by Argus News
Tue, Apr 02 | 1:58 p.m.

କେଉଁଝର : ଗ୍ୟାସ ଚୁଲା ରୁ ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ନିକଟରେ ଭଡ଼ାଘରେ ରହୁଥିବା ସୁଶାନ୍ତ କୁମାର ସାହୁ ଙ୍କ ରୋଷେଇ ଘରେ ଆଜି କୈାଣସି କାରଣରୁ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଯାଇଥିଲା।‌ ଘର ଭିତରେ ନିଆଁ ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ନିଆଁ ଲାଗି ଜଳିବାକୁ ଲାଗିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର    

ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ବିଫଳ ହେବା ପରେ ଘଟଗାଁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଘଟଗାଁ ଅଗ୍ନିଶମ କେନ୍ଦ୍ରାଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଆଗ୍ନିକ ଜ୍ବତିସ ଚନ୍ଦ୍ର ମୁଦୁଲି, ରଞ୍ଜନ କୁମାର ଚିନାରା ଓ ରମେଶ ଚନ୍ଦ୍ର ମାରାଣ୍ଡି ପହଞ୍ଚି ମେକାନିକାଲ ଫୋମ୍ ବ୍ୟବହାର କରି ନିଆଁ କୁ ଆୟତ କରିଥିଲେ । ତେବେ ସଠିକ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିବାରୁ ଏକ ବଡ ଦୁର୍ଘଟଣା ରୁ ବର୍ତ୍ତି ଯାଇଛି।‌ 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ