ପୁରୁଣା ପ୍ରେମ ପାଇଁ ପିଶାଚି ହେଲେ ପତ୍ନୀ
by Argus News
Tue, Apr 02 | 1:43 p.m.

ଗଜପତି: ପୁରୁଣା ପ୍ରେମ ପାଇଁ ପିଶାଚି ହେଲେ ପତ୍ନୀ। ପ୍ରେମିକ ସହ ମିଶି ସ୍ବାମୀକୁ କରିଥିଲା ହତ୍ୟା । ସ୍ବାମୀ ଛାତିକୁ ୨୫ ଥର ଏବଂ ପିଠିକୁ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଗଜପତି ତୋଟାଗୁମୁଡା ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପୋଲିସ । ମାମଲାରେ ଅଭିଯୁକ୍ତ ସ୍ତ୍ରୀ ମରାଠୀ ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି । 

ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଗତ ୨୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ ଯୁବକ ଏମ.ଲିଙ୍ଗରାଜ । ମାମଲାର ଛାନଭିନ୍ କରି ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି । ବାହାଘର ପରଠାରୁ ହିଁ ଲିଙ୍ଗାରାଜଙ୍କୁ ରାସ୍ତାରୁ ହଟାଇବା ପାଇଁ ଜୟଲକ୍ଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ଷଡଯନ୍ତ୍ର କରୁଥିଲେ । ପୁରୁଣା ପ୍ରେମ ପାଇଁ ବିବାହର ୪ ମାସ ପରେ ପ୍ରେମିକ ସହ ମିଶି ସ୍ତ୍ରୀ ଏହି ହତ୍ୟାକାଣ୍ଡ ରଚିଥିବା ଏସପି ସୂଚନା ଦେଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ