ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଲା, ମୋଟ୍ 305 କୋଟି ଟଙ୍କା ଜବତ
by Argus News
Mon, Dec 11 | 9:12 a.m.

ଅର୍ଗସ ବ୍ୟୁରୋ: ରାଜ୍ୟରେ ମଦ ମାଫିଆଙ୍କ ଆଡ୍ଡାରେ ବଡ଼ ଆଇଟି ରେଡରୁ ଜବତ ବେଆଇନ ଗଚ୍ଛିତ ଟଙ୍କାର ଗଣତି ସରିଛି। ମୋଟ୍ 305 କୋଟି ଟଙ୍କା ଜବତ ହୋଇଥିବା ସୂଚନା ଦେଇଛନ୍ତି ଆୟକର ଅଧିକାରୀ। ଗଣତି ସରିଥିଲେ ବି ଏହା ରାଜ୍ୟରେ ଥିବା 24 ବର୍ଷର କ୍ଷମତାଧାରୀଙ୍କ ନୀତି ନୈତିକତା ଉପରେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ। ରାଜ୍ୟରେ ବିଜେଡି ସରକାର ଲୋକଙ୍କୁ କରିଛି ମଦୁଆ। ଲୋକେ ପଛେ ମରୁ ବ୍ୟକ୍ତିଗତ ସ୍ୱାର୍ଥରେ ନଆସୁ ଆଞ୍ଚ। ମଦରୁ ବଡ଼ ରାଜସ୍ୱ ଆସୁଛି ବୋଲି ତଥ୍ୟ କହୁଛି। ହେଲେ ଏହି ଅର୍ଥ ସମୁଦ୍ରକୁ ଶଙ୍ଖେ।

5 ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେଆଇନ ଗଚ୍ଛିତ ମଦ ଟଙ୍କା ପ୍ରମାଣିତ କଲା ରାଜସ୍ୱକୁ ଯେତିକି ଆସେ ପକେଟକୁ ଅଧିକ ଯାଉଛି। ଦିଲ୍ଲୀରେ ଆପର ମଦ ଦୁର୍ନୀତି ଠାରୁ ବହୁ ଗୁଣା ବଡ଼ ଓଡ଼ିଶାରେ ସାହୁ ଆଣ୍ଡ୍ କୋ ମାର୍ଫତରେ ଚାଲିଥିଲା ମଦ ଦୁର୍ନୀତି। ଦୀର୍ଘ ଦଶନ୍ଧି ଧରି ଅକ୍ସନ ନକରି ଲାଇସେନ୍ସ ଧାରୀ ମାନଙ୍କୁ ଗଡ଼ାଇ ଚାଲିଛନ୍ତି, ବଦଳରେ ମୋଟା ଅଙ୍କର ଅର୍ଥ ନେଉଥିବାର ମିଳିଲା ବଡ଼ ପ୍ରମାଣ। 24 ବର୍ଷ ସରକାରର ନୀତି ପରିବାର ଭାଙ୍ଗି, ମହିଳା ବିଧବା ହେଉ, ଯବୁ ପିଢି ରୋଗାକ୍ରାନ୍ତ ହେଇ ତଳିତଳାନ୍ତ ହେଉ କିନ୍ତୁ ଆମ ପକେଟ୍ ଗହମ ହେଉ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ