ସଂସଦରେ ଉଠିଲା ପାଉଁଶ ପୋଖରୀ ପୋଖରୀ ଭୁଶୁଡ଼ିବା ଘଟଣା
by Argus News
Mon, Dec 11 | 2:39 p.m.

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ତାପଜ ବିଦ୍ୟୁତ କେନ୍ଦ୍ରର ପାଉଁଶ ପୋଖୋରୀ ଲିକ୍ ଘଟଣା ଆଜି ସଂସଦରେ ଉଠିଛି। ଲୋକସଭାରେ ଯୁକ୍ତି ଉଠାଇଲେ ସାଂସଦ ସୁରେଶ ପୂଜାରୀ । କଣ୍ଟାତିକିରା, ଶର୍ଧାପାଲି ଅଞ୍ଚଳ ସହ ଆଖପାଖ ଅଞ୍ଚଳର 100ରୁ  ଅଧିକ ଚାଷ ଜମି ନଷ୍ଟ ହୋଇଛି। ଏହାସହ ଏହାର ପାଉଁଶ ମହାନଦୀରେ ମିଶିବା ପରେ ଏହା ହୀରାକୁଦରେ  ମିଶିବା ଦ୍ଵାରା ଏହାର ପାଣି ପ୍ରଦୂଷିତ ହୋଇଛି। 3 ଜିଲ୍ଲାର ଲୋକେ ଏହି ପାଣି ପିଉଛନ୍ତି। 

ଜଳଚର ପ୍ରାଣୀଙ୍କ ସହିତ ମଣିଷ ସମସ୍ତେ ଏହା ଦ୍ଵାରା କ୍ଷତିଗ୍ରସ୍ତ ହୋଇଛନ୍ତି।  IIT madras ଏହାର ଡିଜାଇନ୍ କରିଥିବା ବେଳେ କାହିଁକି ବାରମ୍ବାର ଏଭଳି ଦୁର୍ଘଟଣା ହେଉଛି ଏହାର ତଦନ୍ତ ହେବ ଆବଶ୍ୟକ। OPGC ଡିଜାଇନ୍ ଅନୁଯାୟୀ କାର୍ଯ୍ୟ କରିନାହିଁ। ଅତି ନିମ୍ନମାନର କାର୍ଯ୍ୟ କରିଥିବା ସାଂସଦ ସୁରେଶ ପୂଜାରୀ ଅଭିଯୋଗ କରିଛନ୍ତି। ନିୟମ ଉଲ୍ଲଙ୍ଘନ କରାଯାଇଛି। ପୋଖରୀରେ ଯେତିକି କ୍ଷମତା ତା ଠୁ ଅଧିକ ପାଉଁଶ ପଶିଲା ଯାହା ଫଳରେ ଏପରି ଘଟଣା ଘଟିଲା। ତେବେ ଏହାର ତଦନ୍ତ କେନ୍ଦ୍ର ଜଲଶକ୍ତି, ପରିବେଶ ମନ୍ତ୍ରଣାଳୟ , ଶକ୍ତି ମନ୍ତ୍ରାଳୟ କରନ୍ତୁ। ରାଜ୍ୟ ସରକାରଙ୍କୁ କୈଫୟତ ମଗାଯାଉ। ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷତିପୂରଣ ଦିଆଯାଉ ବୋଲି ସୁରେଶ ପୂଜାରୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ