ଆଜି ଦ୍ୱିତୀୟ ଥର ପାଇଁ ଖୋଲିବ ଭିତର ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ସକାଳ 9ଟା 51 ରୁ 12ଟା 15
by Argus News
Thu, Jul 18 | 9:00 a.m.

ଅର୍ଗସ ବ୍ୟୁରୋ:  ଭିତର ରତ୍ନଭଣ୍ଡାର ଉପରୁ ରହସ୍ୟ ହଟିବ । ଆଉ କିଛି ସମୟ ପରେ ଅର୍ଥା ସକାଳ 9ଟା 51 ରୁ 12ଟା 15 ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲିବାକୁ ଶୁଭ ମୁହୂର୍ତ୍ତ ଚୂଡ଼ାନ୍ତ ହୋଇଛି । ଭିତର ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଷ୍ଟିସ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସି.ବି.କେ ମହାନ୍ତି ବର୍ତ୍ତମାନ ବୈଠକରେ ଉପସ୍ଥିତ ଅଛନ୍ତି । ଗଜପତି ମହାରାଜା ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯାଇପାରନ୍ତି । ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ଏନେଇ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ଗୋଟିଏ ପରେ ଗୋଟିଏ ଟିମ୍  । ଓଡ୍ରାଫ୍, ସ୍ନେକ୍‌ ହେଲ୍‌ପ ଲାଇନ୍‍, ଅକ୍ସିଜେନ, ଗ୍ୟାସ କଟର ସହ ଫାୟାର ଟିମ୍‌ ପ୍ରମୁଖ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ।

ଏଥିରେ ସର୍ଚ୍ଚ ଲାଇଟ୍, ଜେନେରେଟର, ଅକ୍ସିଜେନ, ଫାୟାର କଟର, ସାପଧରା ଷ୍ଟିକ୍ ଆଦି ଆବଶ୍ୟକ ସାମଗ୍ରୀ ଧରି ମନ୍ଦିରକୁ ନିଆଯାଇଛି । ସେପଟେ ରତ୍ନଭଣ୍ଡାର ଖୋଲିବା ଦୃଷ୍ଟିରୁ ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ଲାଗି ବନ୍ଦ କରାଯାଇଛି। ସିଂହଦ୍ଵାର ଦେଇ କେବଳ ଅଧୀକୃତ  ବ୍ୟକ୍ତି ମନ୍ଦିରକୁ ପ୍ରବେଶ ଅନୁମତି ରହିଛି । ଆଜି ପୁଣି ଥରେ ୧୧ ଜଣିଆ ଅଧିକୃତ କମିଟି ଯିବ । କମିଟିର କୌଣସି ସଦସ୍ୟ ଧାତଵ ପଦାର୍ଥ କିମ୍ବା ସୁନା ଜିନିଷପତ୍ର ପିନ୍ଧି ଯିବେ ନାହିଁ । ରତ୍ନ ଭଣ୍ଡାର ଖୋଲିବା ପାଇଁ ସକାଳ 8ଟାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଗତ 14 ତାରିଖରେ ସମୟ ଅଭାବରୁ ଟିମ୍ କେବଳ ଭିତର ରତ୍ନଭଣ୍ଡାର ତାଲା ଭାଙ୍ଗି ବାହାରକୁ ଆସିଥିଲା । ପୁର୍ନବାର ଆଜି ହିଁ ଦିନ ନିର୍ଘଣ୍ଟ କରାଯାଇଛି ।  ସମାନ ଏସଓପି ବଜାୟ ରହିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ