ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ
by Argus News
Fri, Sep 06 | 12:37 p.m.

ଅର୍ଗସ ବ୍ୟୁରୋ: ବିଧାନସଭାର ଶୂନ୍ୟକାଳରେ ଉଠିଲା ଲକ୍ଷ୍ମୀ ବସ ଦୁର୍ନୀତି ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି ଲକ୍ଷ୍ମୀ ବସ ଚଳାଚଳରେ ୧୦ ମାସରେ ୩୭୪ କୋଟି ଟଙ୍କା କ୍ଷତି ହୋଇଛି । ସଂସ୍ଥା ମାନଙ୍କୁ ୧୫୦ କିଲୋମିଟର ହିସାବରେ ଟଙ୍କା ଦିଆଯାଉଛି । ନିର୍ବାଚନ ସମୟରେ ଘରୋଇ ବସ ବ୍ୟବହାର ପାଇଁ ୪ ହଜାର ଟଙ୍କା ସରକାରୀ ତହବିଲରୁ ଦିଆ ଯାଇଥିବା ବେଳେ ଲକ୍ଷ୍ମୀ ବସ ପାଇଁ ୧୪ ହଜାର ଟଙ୍କା ଦିଆ ଯାଇଛି। 

ଏକା କାମ ପାଇଁ ଲକ୍ଷ୍ମୀ ବସକୁ ଏତେ ଟଙ୍କା କେମିତି ଦିଆଗଲା। ଏହି ଲକ୍ଷ୍ମୀ ବସ ଯୋଜନାକୁ ବନ୍ଦ କରି ଯେଉଁ ବିଛିନ୍ନାଞ୍ଚଳରେ ଯେଉଁଠି ଆବଶ୍ୟକତା ରହିଛି ସେଠି ବସ ଚଳାଯାଉ।  ସେହିପରି ଲକ୍ଷ୍ମୀ ବସ  ଷ୍ଟାଣ୍ଡ ରେ ଗୋଟେ କାନ୍ଥ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି । ଯେତେବେଳେ କି ପ୍ରଧାନମନ୍ତ୍ରୀ ଆବାସରେ ଘର ଟିଏ କରିବା ପାଇଁ ଦେଢ଼ ଲକ୍ଷ ଦିଆଯାଉଛି । ଏହା ସହିତ ବସ ଷ୍ଟାଣ୍ଡରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍କୁଥିବାର ଚିତ୍ର ରହିଛି । ଏହା କେମିତି ମା'କୁ ସମ୍ମାନ । ତେଣୁ ମହିଳାଙ୍କ ଫଟୋ ହଟାଇ ଦୁଇ ଜଣ ପୁରୁଷଙ୍କ ଫଟୋ ସେଠି ଲଗାଯାଉ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ