ଅଧୁରା ରହିଗଲା ପରିବାରକୁ ଭେଟିବାର ଶେଷ ଆଶା
by Argus News
Thu, Dec 07 | 7:08 p.m.

ଅର୍ଗସ ବ୍ୟୁରୋ: ମୋର ବାପାକୁ ଆଣିଦିଅ। ଆମର ଘର ଦ୍ବାର କିଛି ନାହିଁ।  କାନ୍ଦି କାନ୍ଦି ନେହୁରା ହେଉଛି ଏକ କୁନି ଝିଅ। ନାହିଁ କୁନି ଝିଅ କହିଲେ ଭୁଲ ହେବ କାରଣ ତା ତଳ ଅଛନ୍ତି ଆହୁରି 5 ଭାଇ ଭଉଣୀ। ସମସ୍ତେ ଏବେ ବାପ ଛେଉଣ୍ଡ। 7 ମାସ ପରେ ବାପା ଘରକୁ ଫେରୁଛନ୍ତି ବୋଲି ଖୁସିରେ ଏମାନଙ୍କ ଗୋଡ଼ ତଳେ ଲାଗୁନଥିଲା। ହେଲେ ଦଇବ ଏମାନଙ୍କ ଖୁସି ସହିପାରିଲା ନାହିଁ। ସୁନ୍ଦରଗଡ଼ ସବଡେଗା ବ୍ଲକ କୁକରିଡିହି ଗାଁର ସୁରେଶ ଲାରଙ୍ଗ 7 ମାସ ତଳେ ଦାଦାନ ଖଟିବାକୁ ଗୋଆ ଯାଇଥିଲେ। ଘରକୁ  ଟ୍ରେନରେ ଫରୁଛନ୍ତି ବୋଲି ଘରକୁ ଫୋନ କରି ଜଣାଇଥିଲେ। ହେଲେ ସେ ତ ଆସିଲାନି ଆସିଲା ତାଙ୍କ ମୃତ୍ୟୁ ଖବର। ବିଜୟୱାଡ଼ା ଷ୍ଟେସନରେ ରେଳ ଧାରଣାରୁ ତାଙ୍କ ମୃତଦେହ ପାଇଥିଲା ରେଳବାଇ ପୋଲିସ। ସେଠାରୁ ସ୍ବାମୀଙ୍କ ମୃତଦେହ ଆଣିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ପିଲାଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ସ୍ତ୍ରୀ କୁମୁଦିନି ଲାରଙ୍ଗ।

ସୁରେଶଙ୍କର ଗୁଣ୍ଠେ ହେଲେ ବି ଜମି ନାହିଁ। ଭଙ୍ଗା କୁଡ଼ିଆ ଘରେ ପିଲାଙ୍କୁ ଧରି ବଞ୍ଚିଛନ୍ତି କୁମୁଦିନି। ନା ମିଳିଛି ସରକାରୀ ଆବାସ ନା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ। ସ୍ବାମୀଙ୍କ ମୃତ୍ୟୁ ଶୁଣିବା ପରଠୁ ତାଙ୍କ ମୁଣ୍ଡ ଉପରେ ଯେମିତି ପାହାଡ଼ ଖସିପଡ଼ିଛି। କେମିତି ଚଳାଇବେ 7 ପ୍ରାଣୀ ପରିବାର ସେହି ଚିନ୍ତାରେ ତାଙ୍କ ପାଦତଳୁ ଯେମିତି ମାଟି ଖସିଯାଇଛି।ରାଜ୍ୟ ଶ୍ରମମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ସୁନ୍ଦରଗଡ଼ ହେଉଛି ଦାଦନ ଶୂ୍ନ୍ୟ ଜିଲ୍ଲା। ଅର୍ଥାତ ଏହି ଜିଲ୍ଲାରୁ ଜଣେ ହେଲବି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁନାହାନ୍ତି। ଦାଦାନ ଶ୍ରମିକ ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀଙ୍କ ବେପରୱା ପ୍ରତିକ୍ରିୟା ଟିକେ ଶୁଣନ୍ତୁ। 

ଏକଥ କହିବା ବେଳକୁ ଆପଣଙ୍କୁ ଟିକେ ଲଜ୍ଜା ଆସୁନାହିଁ କେମିତି। ଆପଣଙ୍କ ହିସାବ କହୁଛି ସୁନ୍ଦରଗଡ଼ରୁ ଜଣେ ହେଲେ ବି ବାହାର ରାଜ୍ୟରେ କାମ କରୁନାହାନ୍ତି। ତାହାହେଲେ ସୁରେଶ ବୋଧହୁଏ ଆମ ରାଜ୍ୟର ଲୋକ ନୁହନ୍ତି। ଆପଣଙ୍କ ହିସାବରେ ଓଡ଼ିଶାରୁ ମାତ୍ର 40 ହଜାର 88 ଜଣ ଶ୍ରମିକ ବାହାରେ କାମ କରୁଛନ୍ତି। ତାହାହେଲେ କୋରୋନା ସରିବା ପରେ ଟ୍ରେନରେ ଖୁନ୍ଦି ହୋଇ ବାହାର ରାଜ୍ୟକୁ  ଦାଦାନ ଖସିବାକୁ ଯାଉଥିବା ଶ୍ରମିକଙ୍କ ଦୃଶ୍ୟ କଣ ମିଛ ? ଗୁଜରାଟ ସୁରଟରେ ହଜାର ହଜାର ଓଡ଼ିଆଙ୍କୁ ନେଇ ଗଢ଼ି ଉଠିଥିବା ଏ ଓଡ଼ିଆ ବସ୍ତି କଣ ମିଛ ? ନିଜ ଅପାରଗତା ଢାଙ୍କିବାକୁ ଆଉ କେତେ ମିଛର ସାହାରା ନେବେ 24 ବର୍ଷର ସରକାର ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ