ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି
by Argus News
Thu, Jan 04 | 7:11 p.m.
  • ସମ୍ବେଦନହୀନ ରାଜ୍ୟ ସରକାର
  • ଧରାପଡ଼ିଲା ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରିତି
  • ଆଦିବାସୀ ଝିଅ ଲକ୍ଷ୍ମୀ ମାଝି ପରିବାର ପ୍ରତି ନାହିଁ ସାମାନ୍ୟ ସହାନୁଭୂତି
  • ସମବେଦନା ଜଣାଇବାକୁ ବି ସମୟ ପାଉନାହାନ୍ତି ଆଦିବାସୀ ମନ୍ତ୍ରୀ 
  • ଅଧମାସ ପରେ ବି ଧରାପଡ଼ିଲେନି ଲକ୍ଷ୍ଣୀ ମାଝି ହତ୍ୟାର ଦୋଷୀ
  • ପୁଣି ଲକ୍ଷ୍ମୀଙ୍କ ବାପା ଦୋହରାଇଲେ  ସିବିଆଇ ତଦନ୍ତ ଦାବି 

ଅର୍ଗସ ବ୍ୟୁରୋ:  ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କର ନାହିଁ ପୀଡ଼ିତ ଆଦିବାସୀ ପରିବାର ପ୍ରତି ସହାନୁଭୁତି। ମନ୍ତ୍ରୀ ଜଗନ୍ନାଥ ସାରକା ସଭା ସମିତି କରୁଛନ୍ତି, ଦଳୀୟ କାମ କରୁଛନ୍ତି, ବାହାଘର ପାର୍ଟିକୁ ଯାଉଛନ୍ତି କିନ୍ତୁ ହତ୍ୟାର ଶୀକାର ଦିବ୍ୟାଙ୍ଗ ଆଦିବାସୀ ଝିଅ ଲକ୍ଷ୍ମୀ ମାଝିଙ୍କ ପରିବାରକୁ ଭେଟି ସାମାନ୍ୟ ସମବେଦନା ଜଣାଇବାକୁ ବି ତାଙ୍କ ପାଖରେ ସମୟ ନାହିଁ। ମନ୍ତ୍ରୀ ଭାବେ ନହେଲା ନାହିଁ କମସେ କମ୍ ସ୍ଥାନୀୟ ବିଧାୟକ ଭାବେତ ବି ଥରେ ଲକ୍ଷ୍ମୀଙ୍କ ପରିବାରକୁ ଭେଟିପାରିଥାଆନ୍ତେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ସାରାକା ଲକ୍ଷ୍ମୀଙ୍କ ବାପାଙ୍କର ପରିଚିତ। ନା ସ୍ଥାନୀୟ ବିଧାୟକ ଭେଟିଲେ। ନା ଶାସକ ଦଳର ଆଉ କେହି ନେତା ସହାନୁଭୁତି ଦେଖାଇଲେ। ଏତେ ସମ୍ବେଦନହୀନ କିପରି ହୋଇପାରୁଛନ୍ତି ବିଜେଡି ସରକାର ?

ସେପଟେ ଲକ୍ଷ୍ମୀଙ୍କ ମୃତ୍ୟକୁ 15 ଦିନ ବିତିଥିଲେ ବି ଆଜି ଯାଏ ଦୋଷୀଙ୍କୁ ଧରିପାରିଲାନି କ୍ରାଇମବ୍ରାଞ୍ଚ। ଏପରିକି ଆଜି ଯାଏ ପରିବାରକୁ ଶବ ଵ୍ୟଵଛେଦ ରିପୋର୍ଟ ମଧ୍ୟ ଦେଉନାହିଁ ପୋଲିସ। ଲକ୍ଷ୍ମୀ ଯେଉଁ ମା ଗୃହରେ କାମ କରୁଥିଲେ ତାର ଡ଼ାଇରେକ୍ଟର ଓ କାର୍ଯ୍ୟରତ ଡାକ୍ତରଙ୍କର ଲକ୍ଷ୍ମୀଙ୍କ ହତ୍ୟା ପଛରେ ହାତ ଥିବା ଅଭିଯୋଗ କରିଆସୁଛନ୍ତି ଲକ୍ଷ୍ମୀଙ୍କ ବାପା। କିନ୍ତୁ ସେମାନଙ୍କୁ ଆଜିଯାଏ ଡାକି ପରଚାଉରଚା ବି କଲାନି ତଦନ୍ତକାରୀ ସଂସ୍ଥା। ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ଉପର ଆଉ ଭରସା ନାହିଁ। ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ଲକ୍ଷ୍ମୀଙ୍କ ବାପା।

ଜିଲ୍ଲାରେ ଆଦିବାସୀମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୋଧରେ ଶୁକ୍ରବାର ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ଆଦିବାସୀ ମହାସଂଘ। ସକାଳ 6 ରୁ ସନ୍ଧ୍ୟା 6 ଯାଏ ରାୟଗଡା ଜିଲ୍ଲାରେ ସମସ୍ତ ଗାଡି ଚଳାଚଳ ଏବଂ ସରକାରୀ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛି ସଂଘଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ