ମାତିଛନ୍ତି ମାଫିଆ, ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ମୋରମ
by Argus News
Mon, Oct 07 | 5:36 p.m.

ଅର୍ଗସ ବ୍ୟୁରୋ:  ଘଞ୍ଚ ଜଙ୍ଗଲ ମଧ୍ୟରେ ଜେସିବି ସାହାଯ୍ୟରେ ଚାଲିଛି ଖୁଲମ ଖୁଲା ମୋରମ ଖୋଳା। ରାତାରାତି ଗୋଚର ଜମିରୁ ଜେସିବି ଲଗାଇ ଲୁଟି ନେଉଛନ୍ତି ଶହ ଶହ ଟ୍ରାକ୍ଟର ମାଟି ଓ ମୋରମ। ଏ ହେଉଛି ଚନ୍ଦାହାଣ୍ଡିର ଦୁର୍ଗମ ଅଞ୍ଚଳର ଦୃଶ୍ୟ। ସରକାରଙ୍କ ତରଫରୁ ଏଠାରେ କୌଣସି ମୋରମ ଖାଦାନକୁ ନିଲାମ କରାଯାଇନଥିବା ବେଳେ ମାଫିଆ ମାନେ ଜେସିବି ଲଗେଇ ଏଠାରୁ ଲୁଟି ନେଉଛନ୍ତି ଟ୍ରକଟ୍ରକ୍ ମୋରମ। ମୋରମ ଖନନ ପାଇଁ ଏଠାରେ ଅନୁମତି ନଥିବା ବେଳେ ଏଠାରେ କିନ୍ତୁ ବେଧଡକ ଭାବେ ଚାଲିଛି ମୋରମ ଚାଲଣ। ମାଫିଆଙ୍କ ବିରୋଧରେ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହାର ସୁଯୋଗ ନେଇ ମୋରମ ମାଫିଆ ମାନେ ମୋରମ ଖାଦାନରୁ ଟ୍ରିପ ଟ୍ରିପ ମୋରମ ଚୋରା ଚାଲାଣ କରୁଛନ୍ତି।

ମାଫିଆ ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରୁ ଏଭଳି ବେଆଇନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବେଆଇନ ମୋରମ ଖନନ ଉପରେ କେବେ ଲାଗିବ ରୋକ ? କାରଣ ଏଭଳି ଚୋରାଚାଲଣ ଯୋଗୁଁ ଏବେ ଅସୁରକ୍ଷିତ ଜଙ୍ଗଲ ପରିବେଶ। ବେଆଇନ ଚୋରା ଚାଲଣ ଯୋଗୁଁ ବହୁ ଗଛ ବଳି ପଡୁଥିବା ବେଳେ ଏଥିପାଇଁ ଦୁର୍ଗମ ଅଞ୍ଚଳର ରାସ୍ତା ଘାଟ ମଧ୍ୟ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଆକାଉଣ୍ଟକୁ ଆସିଲା
34m ago
ଆକାଉଣ୍ଟକୁ ଆସିଲା ୧ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଅର୍ଗସ ବ୍ୟୁରୋ: ୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଦେବେ ସରକାର । ତା ପୂର୍ବରୁ ଯୋଗ୍ୟ ବିବେଚିତ ମହିଳାଙ୍କ ଆକାଉଣ୍ଟକୁ ଆଜି ପରୀକ୍ଷାମୂଳକ ଭାବେ ୧ ଟଙ୍କ
BJD
37m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଅର୍ଗସ ବ୍ୟୁରୋ: କ୍ଷମତା ଯିବା ପରେ ଦୋହଲୁଛି ବିଜେଡିର ମୁଳୁଦୁଆ । ସମଦୂରତା ସିଦ୍ଦାନ୍ତ କହୁଥିବା ବିଜେଡି ଏବେ ବିଜେପିର ଚକ୍ରବ୍ୟୁହରେ ଫସିଛି । ରାଜ୍ୟରେ ଶାସନ ଗାଦିରୁ ହଟିବ
MAOISM
47m ago
ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣନୀତି
ଅର୍ଗସ ବ୍ୟୁରୋ: ଦେଶରେ ମାଓବାଦ ନେଉଛି ଶେଷ ନିଶ୍ବାସ । ଛତିଶଗଡ଼ରେ ୩୧ ନକ୍ସଲ ନିପାତ ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀ