କାନ୍ଦୁଛି ମହୁଲ: ସହାୟତା ଅପେକ୍ଷାରେ ମହୁଲ ଗୋଟାଳି
by Argus News
Thu, Apr 04 | 6:30 p.m.

 ନୂଆପଡା:  କାନ୍ଦୁଛି ମହୁଲ,ସହାୟତା ଅପେକ୍ଷାରେ ମହୁଲ ଗୋଟାଳି। ଆଶା ମିଳିବ ସରକାରୀ ପ୍ରୋତ୍ସାହନା। ମହୁଲ ଫୁଲର ବାସ୍ନା ଭଳି ମହକି ଉଠିବ ମହୁଲ ଗୋଟାଳିଙ୍କ ଜୀବନ । ତେବେ ଏହି ଆଶା ଏବେ ସାତସପନ ହୋଇ ରହିଯାଇଛି । ଦଲାଲଙ୍କ କବ୍‌ଜାରେ ଆଦିବାସୀଙ୍କ ମହୁଲ ଫୁଲ ।  ଅଭାବୀ ବିକ୍ରିର ଶିକାର ମହୁଲ ଗୋଟାଳି।   ଜଙ୍ଗଲର ରାଣୀ ମହୁଲ। ଏହି ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି । ଦୁଇ ପଇସା ରୋଜଗାର ଆଶାରେ ଜଙ୍ଗଲରେ ଖରାତାତିରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକଙ୍କୁ କିନ୍ତୁ ମିଳୁନାହିଁ ଉଚିତ ପରିଶ୍ରମିକ ।  ଅଭାବୀ ବିକ୍ରୀର ଶିକାର ହେଉଛନ୍ତି ଗରିବ ମହୁଲ ଗୋଟାଳି । 

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ଉପାନ୍ତ ଖଇରପଦର ଅଞ୍ଚଳର l ସୀମାନ୍ତ ଇଲାକାର ଏହି ଲୋକେ ଚାଷ ଉପରେ ନିର୍ଭର କରନ୍ତି । ପରିବାର ପ୍ରତିପୋଷଣ ପାଇଁ ବର୍ଷ ତମାମ ଏମାନଙ୍କ ପାଖରେ କାମ ନ ଥିବାରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଖରାତାତିରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଜଙ୍ଗଲରୁ ଲଘୁବନ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇବାକୁ ଆଶା ରଖିଥିବା ଏହି ଗରିବ ଲୋକେ କିନ୍ତୁ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି । ବଜାର ଦର କଥା ଛାଡ଼ । ସରକାରୀ ଧାର୍ଯ୍ୟ ଦର ଠାରୁ ବି କମ ଦରରେ ମହୁଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏପଟେ ଗାଁ ଗାଁରେ ସକ୍ରିୟ ଅଛନ୍ତି ଛତିଶଗଡର ଦଲାଲ କୋଚିଆ ମାନେ।  ମହୁଲ 15 ରୁ 20 ଟଙ୍କା ଭିତରେ କିଣି ଅନ୍ୟ ରାଜ୍ୟ କୁ ଚାଲାଣ କରି ହେଉଛନ୍ତି ମାଲେ ମାଲ୍ l 

ସରକାର ୭୨ଟି ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ ମହୁଲ ଫୁଲ ମଧ୍ୟ ସାମିଲ ଅଛି । କିନ୍ତୁ ମହୁଲ ଫୁଲ ସଂଗ୍ରହକାରୀ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି ।  ପୂର୍ବରୁ ବନ ଉନ୍ନୟନ ନିଗମ ପକ୍ଷରୁ ମଣ୍ଡି ମାଧ୍ୟମରେ ସିଧାସଳଖ ଲୋକଙ୍କ ଠାରୁ ମହୁଲ ଫୁଲ କିଣା ଯାଉଥିଲା । କିନ୍ତୁ ୧୨ ବର୍ଷରୁ ଅଧିକା ହେଲା ଏହା ବନ୍ଦ ରହିଛି । ଏହାର ଫାଇଦା ନେଉଛନ୍ତି ଅସାଧୁ ଦଲାଲ।   କାନ୍ଦୁଛି ମହୁଲ,ସହାୟତା ଅପେକ୍ଷାରେ ମହୁଲ ଗୋଟାଳି। ଆଶା ମିଳିବ ସରକାରୀ ପ୍ରୋତ୍ସାହନା। ମହୁଲ ଫୁଲର ବାସ୍ନା ଭଳି ମହକି ଉଠିବ ମହୁଲ ଗୋଟାଳିଙ୍କ ଜୀବନ ।  
ଅଧିକ ପଢନ୍ତୁ  ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ