ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ 
by Argus News
Wed, Nov 22 | 1:39 p.m.

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନୁ ରାଜ୍ୟ ଛତିଶଗଡର କାଙ୍କେର ଜିଲ୍ଲାରେ ପୁଣି ଥରେ ନକ୍ସଲମାନଙ୍କ ଲାଲ୍ ତାଣ୍ଡବ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲାର କୋୟାଲିବେଡା ଅଞ୍ଚଳର ନକ୍ସଲ ମାନେ ଆଜି ଜଙ୍ଗଲ ମଧ୍ୟରେ ଜନଅଦାଲତରେ ପୋଲିସର ସୂଚନାଦାତା ଆରୋପ ଲଗେଇ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି । ମୃତ ଯୁବକ ଜଣଙ୍କ ହେଲେ ଅମର ସିଂ ଉଇକା I

ନକ୍ସଲମାନେ ହତ୍ୟା କରିବା ପରେ ଘଟଣାସ୍ଥଳରେ ଏକ ବ୍ୟାନର ଲଗାଇ ଚାଲିଯାଇ ଥିଲେ । ଏହି ବ୍ୟାନେରରେ ଅମର ସିଂ ଡିଆରଜି ଯବାନ ମାନଙ୍କୁ ମିଥ୍ୟା ସୂଚନା ଦେଇ ଦୁଇ ଜଣ ଗ୍ରାମବାସିଙ୍କୁ ନକ୍ସଲ କହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ତା ସହ ଅମର ସିଂ ଉଇକା କୁ ଜନ ଅଦାଲତ ଲଗାଇ ହତ୍ୟା କରିଥିବା ନକ୍ସଲ ସଂଗଠନର ରାବଘାଟ ଏରିଆ କମିଟି ବ୍ୟାନେର ମାଧ୍ୟମରେ ସ୍ବୀକାର କରିଛନ୍ତି । କାଙ୍କେର ଜିଲ୍ଲା ଏସପି ଦିବ୍ୟାଙ୍ଗ ପଟେଲ ଏହି ଖବର ପାଇବା ପରେ ଘଟଣାସ୍ଥଳକୁ ପୋଲିସ, ସୁରକ୍ଷାବାହିନୀ ଯବାନ ମାନେ ଯାଇ ତଦନୁ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ପୋଲିସ ସୂଚନାଦାତା ସନ୍ଦେହ ରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021