ପୋଖରୀରେ ବୁଡି ନାବାଳକ ମୃତ
by Argus News
Fri, Mar 29 | 12:53 p.m.

ଅର୍ଗସ ବ୍ୟୁରୋ: ବେଲଗୁଣ୍ଠା ଥାନା କୋକଲୁଣ୍ଡା ଗାଁ ରେ ଆଜି  ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡି ଜଣେ ନାବାଳକର ଜୀବନ ଯାଇଛି। ମୃତକ ଜଣକ ୧୦ ବର୍ଷର ଆୟୁଷ ମଳିକ । ଆଜି ଦିନ ପ୍ରାୟ ୧୦ ଟା ସମୟରେ କିଛି ସାଙ୍ଗ ଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ବୁଡିଯାଇଥିଲେ। 

ସାଙ୍ଗ ପିଲାଙ୍କ ଠାରୁ ଖବର ପାଇ ଗାଁ ର କିଛି ଯୁବକ ଆୟୁଷଙ୍କୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ମେଡିକାଲକୁ ନେଇଥିଲେ ସେଠାରୁ ଗୁରୁତର ହେବାରୁ ଭଞ୍ଜନଗରକୁ ପଠାଯାଇଥିଲା। ଭଞ୍ଜନଗର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗତ ତିନିବର୍ଷ ପୂର୍ବେ ଆୟୁଷ ଙ୍କ ପିତା ଜିତେନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ମା' ଏକାକି ଏକ ମାତ୍ର ପୁତ୍ରକୁ ନେଇ ବଞ୍ଚିବାକୁ ଉଦ୍ୟମ କରୁଥିବା ବେଳେ ଏବେ ମା' ପୁଅର ମୃତ୍ୟୁରେ ପାଗଳୀଙ୍କ ଭଳି କାନ୍ଦୁଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

୩୦ ଜଣ କର୍ମଚାରୀଙ୍କୁ
24m ago
୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର: ଅନ୍ୟମାନେ ୪ଟା ସୁଦ୍ଧା ଯୋଗଦେବାକୁ ନିର୍ଦ୍ଦେଶ ଦେଲା ଏୟାର ଇଣ୍ଡିଆ
ଅର୍ଗସ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତକାଲିର ସମସ୍ୟା ପରେ ୩୦ ଜଣ କ୍ରୁ ସଦସ୍ୟଙ୍କୁ ବହିଷ୍କାର କରିଛି କମ୍ପାନି। ପୂର୍ବରୁ ନ ଜଣାଇ ଅଚାନକ ଗଣ ଛୁଟିରେ ଯିବା ହେତୁ ଏୟାର ଇଣ୍ଡି
SILENCE
33m ago
୧୨ ମିନିଟ୍‌ ନିରବ ରୁହନ୍ତୁ, ଚମତ୍କାର ଫାଇଦା ପାଆନ୍ତୁ...
ଅର୍ଗସ ବ୍ୟୁରୋ: ନିରବ ରୁହନ୍ତୁ। ଦୂର ହେବ ଚାପ । ପ୍ରତ୍ୟେକ ଦିନ କରନ୍ତୁ ଏହି କାମ କରନ୍ତୁ । ଦୂର ହୋଇଯିବ ଆପଣଙ୍କ ସମସ୍ତ ଚାପ। ବିଶ୍ୱାସ ହେଉନାହିଁ ଯଦି ଥରେ କରିକ
ସମୁଦ୍ର
52m ago
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି
ଅର୍ଗସ ବ୍ୟୁରୋ : ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବ