ଖଟିଆରେ ଏକ କିଲୋମିଟର ବୁହା ହେଲେ ରୋଗୀ 
by Argus News
Thu, Mar 28 | 8:23 a.m.

ମୟୂରଭଞ୍ଜ:  ପୁଣି ଦେଖିବାକୁ ମିଳିଲା ସ୍ୱାସ୍ଥ ସେବାର ବିକଳ ଚିତ୍ର । ଖଟିଆରେ ବୁହା ହେଲା ରୋଗୀ । ଆଉ ପଦାରେ ପଡିଲା ସରକାରଙ୍କ ଗ୍ରାମୀଣ ବିକାଶର ନଗ୍ନ ଚିତ୍ର। ଗାଁ ଭିତରକୁ ଯାଇନପାରି ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଯାଇ ନପାରିବା କାରଣରୁ ଗାଁ ଲୋକେ ରୋଗୀ  ବୋହି ନେଉଛନ୍ତି ଆମ୍ବୁଲାନ୍ସ ପାଖକୁ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଆଜିବୀ ଅବହେଳିତ ଅବସ୍ଥାରେ ରହିଛି ।ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସଙ୍ଖାଭଙ୍ଗା ପଞ୍ଚାୟତ ବେଦଝରଣ ରୁଣ୍ଡାଡ଼ିହି ଗ୍ରାମର ଛଅ ନମ୍ବର ୱର୍ଡ ର କଥା ।

ସେହି ଗ୍ରାମର ବିରଧାନ ଟୁଡୁ ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ଘର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମାତ୍ର ଆମ୍ବୁଲାନ୍ସ ଘର ପାଖକୁ ପହଞ୍ଚି ନ ପାରିବାରୁ ଘର ଲୋକେ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୧ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ପାଖକୁ ପହଞ୍ଚାଇ ଥିଲେ l ସେଠାରୁ ତାଙ୍କୁ ବିଶୋଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

MIGRANT DEATH CASE
2m ago
ବାହାରିନରେ ଦାଦନ ଖଟିବାକୁ ଯାଇ ଅକାଳରେ ଗଲା ଜୀବନ
ଅର୍ଗସ ବ୍ୟୁରୋ : ପୁଣି ଗଞ୍ଜାମରେ ଦାଦନ ଦୁଃଖ । ବାହାରିନକୁ ଦାଦନ ଖଟିବାକୁ ଯାଇ ଅକାଳରେ ଜୀବନ ଯାଇଛି । ଗଞ୍ଜାମ ଖଲ୍ଲିକୋଟ ବାଗଲପୁର ଗାଁରେ ଅଭାବନୀୟ ଘଟଣା । କିଛି ଦିନ ତଳେ ଗାଁ
BJD ISSUE
20m ago
ଅଡୁଆରେ ଚାନ୍ଦବାଲି ବିଜେଡି, ରଞ୍ଜନ ପତ୍ନୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟ
TRIPLE MURDER
ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖର