ଆଜିଠୁ ଦେଶରେ ଲାଗୁ ହୋଇଛି ନୂତନ ଆଇନ
by Argus News
Mon, Jul 01 | 7:26 a.m.

ଅର୍ଗସ ବ୍ୟୁରୋ:  ଜୁଲାଇ ଏକ ତଥା ଆଜିଠାରୁ ଦେଶରେ ଲାଗୁ ହୋଇଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ହୋଇଥିବା ନୂତନ ଆଇନ। ବ୍ରିଟିଶ ଅମଳର ଆଇନ ବ୍ୟବସ୍ଥାକୁ ବର୍ତ୍ତମାନର ଭାରତ ସରକାରଙ୍କ ପକ୍ଷରୁ ସଂଶୋଧିତ କରାଯାଇ ଭାରତୀୟ ପିଙ୍ଗଳ କୋଡ ବଦଳରେ ଭାରତୀୟ ନ୍ୟାୟ ସଂହିତା -୨୦୨୩, କ୍ରିମିନାଲ ପ୍ରୋସିଡିଓର କୋଡ ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଓ ଭାରତୀୟ ସାକ୍ଷ୍ୟବିଧି ଆଇନ ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ -୨୦୨୩ କରାଯାଇଛି। ଏହି ନୂତନ ଆଇନ ପୋଲିସ ଓ ତଦନ୍ତ ବ୍ୟବସ୍ଥାକୁ ଆଧୁନିକ ଯୁଗକୁ ଆଣିବ।

କାରଣ ବ୍ରିଟିଶ ଅମଳ ସମୟରେ ଲାଗୁ ହୋଇଥିବା ଆଇନ ବ୍ୟବସ୍ଥା ଦେଶ ସ୍ବାଧୀନ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ ହେଉଥିଲା। ଯାହାର ଉଦ୍ଦେଶ୍ୟ କେବଳ ଦଣ୍ଡ ଦେବା ନ୍ୟାୟ ପ୍ରଦାନ ନୁହେଁ। ହେଲେ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ନୂତନ ଆଇନ ଭାରତୀୟଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରିବ। ଏହି ନୂତନ ଆଇନ ସଂପର୍କରେ ବିଭିନ୍ନ ସ୍ଥାନରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସୌରଚନ୍ଦ୍ର ମହାପାତ୍ର।

ଅଧିକ ପଢ଼ନ୍ତୁ ଦେଶ ଖବର:  
 

କୁସୁମା ପ୍ରୋଜେକ୍ଟ
52m ago
ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍
ଅର୍ଗସ ବ୍ୟୁରୋ: କୁସୁମା ପ୍ରୋଜେକ୍ଟ ନେଇ କ୍ରୀଡ଼ା ବିଭାଗର ସ୍ପଷ୍ଟୀକରଣ । ଖୋଲିଲା ଯାଜପୁର ପୋରାଧ୍ୟକ୍ଷଙ୍କ ମିଛର ପୋଲ୍ । ପୌରପାଳିକାର ମିଛର ପୋଲ୍ ଖୋଲିଲା କ୍ରୀଡ଼ା ବିଭା
ସୁଧା ମୂର୍ତ୍ତି
59m ago
ରାଜ୍ୟସଭାରେ ଗର୍ଭାଶୟ କର୍କଟ କଥା ଉଠାଇଲେ ସୁଧା ମୂର୍ତ୍ତି
ଅର୍ଗସ ବ୍ୟୁରୋ: ସୁଧା ମୂର୍ତ୍ତି । ନିଜର ସାଧାରଣ ଜୀବନଯାପନ ଲାଗି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ଏବେ ରାଜ୍ୟସଭାରେ ସେ ଯେଉଁପରି ଭାବରେ ଓଜ୍ଵସୀ ଭାଷଣ ଦେଇଛନ୍ତି ତାହାକୁ ନେଇ ପୁର
ଡେଙ୍ଗୁ
ଗତବର୍ଷ ଅପେକ୍ଷା ରାଜ୍ୟରେ ଡେଙ୍ଗୁ କେସ ୧୦୦ ରୁ ୧୫୦ ଅଧିକ ରହିଛି
ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ଡେଙ୍ଗୁ । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ସଇଁତଳାର ଏକ ଗାଁ ହଟସ୍ପଟ୍ ହୋଇଛି । ୧୧ ଡେଙ୍ଗୁ କେସ୍ ସେହି ସ୍ଥାନରେ ଚିହ୍ନଟ ହୋଇଛି । ଗତବର୍ଷ ଅପେକ୍ଷା ରାଜ୍ୟର