ବଢ଼ୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ
by Argus News
Sun, Jul 14 | 12:59 p.m.

ଅର୍ଗସ ବ୍ୟୁରୋ:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଆକ୍ରାନ୍ତ ହୋଇ ଲୋକେ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ଆଜି ହସ୍ପିଟାଲକୁ ଯାଇ ସ୍ଥିତି ପରଖିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀମାନଙ୍କୁ ଠିକ ଭାବେ ଚିକିତ୍ସା କରିବା ପାଇଁ ଡାକ୍ତର ମାନଙ୍କୁ ଦେଇଛନ୍ତି ପରାମର୍ଶ । ଏବେ ବି  ଅନେକ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ବିଧାୟକ ଓ ତାଙ୍କ ସମର୍ଥକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଡ଼ାକ୍ତରଖାନା ରେ ପାଣିର ସମସ୍ୟା ଥିବାରୁ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ କରି ଯଥାଶୀଘ୍ର ପାଣିର ସମସ୍ୟା ଦୂର କରାଯାଉ ବୋଲି କହିଥିଲେ । ତେବେ ଯେଉଁଭଳି ଭାବରେ ଝାଡାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି ଲୋକେ ଭୟଭୀତ ଅଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ଉଚ୍ଚ ଜୁଆର
11m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
14m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ