ଭତ୍ତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ବୃଦ୍ଧା
by Argus News
Sat, Sep 21 | 2:41 p.m.

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ରେ ଭତ୍ତା ଆଣିବାକୁ ହିନସ୍ଥା ହେଉଛନ୍ତି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆ ଗାଁରେ। ଏହି ଗ୍ରାମର ମହ୍ଲାର ସାହିର ବୃଦ୍ଧା ପଥିରି ଦେହୁରୀ ମାସିକ ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଉଛନ୍ତି। ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ ମାସିକ ଭତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଯାଉଛନ୍ତି ବୁଢି ମାଉସୀ ଜଣକ। 

ସରକାରୀ ଯୋଜନାର ସଠିକ ରୂପାୟନ ଏଠି ସାତ ସପନ ପାଲଟିଛି। ଜଣେ ବୃଦ୍ଧା ଭତା ଟଙ୍କା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଆସିବା ଘଟଣା ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ପ୍ରତ୍ୟେକ ଦିନ ବୃଦ୍ଧା ଜଣକ ଏମିତି ଘୁଷୁରୀ ଘୁଷୁରୀ କରୁଛନ୍ତି ଦୈନଦିନ ଜୀବନର କାର୍ଯ୍ୟ। ତେବେ ପ୍ରଶାସନ କେବେ ବୃଦ୍ଧା ପଥିରୀ ଦେହୁରୀ ଙ୍କୁ ଟ୍ରାଇ ସାଇକେଲ ଟିଏ ପ୍ରଦାନ କରୁଛି ତାହା ଦେଖିବାକୁ ବାକି ରହିଲା ।

ଆହୁରି ପଢନ୍ତୁ ଓଡିଶା ଖବର...
 

ILLEGAL
ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶ ସଂଜୌଲୀ ମସଜିଦ ବିବାଦ ଥମିନଥିବାବେଳେ ମହାରାଷ୍ଟ୍ର ଧରାବୀ ବସ୍ତିରେ ବେଆଇନ ମସଜିଦ ନିର୍ମାଣକୁ ନେଇ ବଢୁଛି ବିବାଦ । କୋର୍ଟଙ୍କ ନିର୍ଦ୍ଦେଶ ପର
J&K
ନିର୍ବାଚନ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରକୁ ପୁଣିଥରେ ଆତଙ୍କବାଦୀଙ୍କ ଆଡ୍ଡା କରିବାକୁ ଚାହାନ୍ତି ଅବଦୁଲ୍ଲା, ମୁଫତି ଓ ଗାନ୍ଧି ପରିବାର । ତୁଷ୍ଟିକରଣ ରାଜନୀତି କରି ଭୂସ୍ବର୍ଗକୁ ନର୍
POLICE STATION
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଘଟଣା
ଅର୍ଗସ ବ୍ୟୁରୋ: ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ୍ ନିର୍ଯାତନା ଓ ବର୍ବରତା ଘଟଣା । ପୂର୍ବ ସରକାର ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ