ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ 
by Argus News
Wed, Jun 26 | 3:16 p.m.

 ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଓ ଆକ୍ରମଣ ପଡ଼ିଲା ମହଙ୍ଗା।ତଦନ୍ତ ପାଇଁ ବିଜେଡିର ପୂର୍ବତନ ବିଧାୟକ ରଘୁନନ୍ଦନ ଦାସଙ୍କ ଘରେ ପହଞ୍ଚିଲା ପୋଲିସ। ଆଇପିସିର ଦଫା 354, 323, 294 ଓ 506ରେ ରୁଜୁ ହୋଇଛି ମାମଲା...ବିଜେଡି ନେତାଙ୍କ ଗୁଣ୍ଡାରାଜକୁ ମହିଳା ସାମ୍ବାଦିକ ସଂଘର ଦୃଢ଼ ନିନ୍ଦା। ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ କାର୍ଯ୍ୟରତ ସାମ୍ବାଦିକ। 

ପ୍ରଥମେ ଗୁଣ୍ଡାରାଜ, ପରେ ମିଛ । ମାମଲା ରୁଜୁ ପରେ ନିଜକୁ ବଞ୍ଚାଇବାକୁ ରଘୁନନ୍ଦନ ଅପଚେଷ୍ଟା କରିଛନ୍ତି। ପୋଲିସ ଆକ୍ସନରୁ ବଞ୍ଚିବାକୁ ରଘୁନନ୍ଦନ ମିଛ କାହାଣୀ ଶୁଣାଇଛନ୍ତି। ମହିଳା ସାମ୍ବାଦିକଙ୍କ ଉପରକୁ ଛାଡ଼ିଥିଲେ କୁକୁର। ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ। ଗତକାଲି ଲାଇଭ୍ ସୋ’ରେ କୁକୁର ଛାଡ଼ିବା କଥା ସ୍ବୀକାର କରିଥିଲେ ରଘୁନନ୍ଦନ। ସୁରକ୍ଷାକର୍ମୀଙ୍କ ଅନୁମତି ନେଇ ହିଁ କ୍ବାର୍ଟର୍ସ ଭିତରକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି, କିନ୍ତୁ ରଘୁନନ୍ଦନ ଆଜି ମିଛ ବୟାନ ଦେଇଛନ୍ତି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ପ୍ରବଳ ବର୍ଷା
27m ago
ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ବର୍ଷା ସମ୍ଭାବନା
ନୂଆଦିଲ୍ଲୀ: ଆସାମ ଓ ହିମାଚଳରେ ବର୍ଷା ବିତ୍ପାତ । ହିମାଳୟ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଭୂସ୍ପଳନ ଘଟିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କେବଳ ଆସାମରେ ବର୍ଷା ଜନିତ ମୃତ୍ୟ
ହସ୍ପିଟାଲରେ ଭର୍ତ୍ତି
58m ago
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ହସ୍ପିଟାଲରେ ଭର୍ତ୍ତି । ଗୋଟିଏ ସପ୍ତାହ ମଧ୍ୟରେ ୨ ଥର ହସ୍ପିଟାଲରେ ହେଲେଣି ଭର୍ତ୍ତି । ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା ଖରା
ନିର୍ବାଚନ
ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ
ନୂଆଦିଲ୍ଲୀ: ଆଜି ବ୍ରିଟେନ ନିର୍ବାଚନ । ଦେଶରେ ନୂଆ ସରକାର ବାଛିବେ ବ୍ରିଟିଶବାସୀ । ଏଥର ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟି ଏବଂ ଲେବର ପାର୍ଟି ମଧ୍ୟରେ କଡା ଟକ୍କର ହେଉଛି । ୬୫୦ ଆସ