ପୁଣି ଖୋଲିଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାରର ପୋଲ୍
by Argus News
Mon, Mar 18 | 7:24 p.m.

ଅର୍ଗସ ବ୍ୟୁରୋ : ଉପକୂଳରୁ ଉପାନ୍ତ ସାରା ରାଜ୍ୟରେ ଉତ୍କଟ ଜଳକଷ୍ଟ । ରାଉରକେଲା ପରେ ଢେଙ୍କାନାଳରେ ଝାଡ଼ାବାନ୍ତି ଆତଙ୍କ । ଦୂଷିତ ନଈ ପାଣି ପିଇ ୭୦ରୁ ଅଧିକ ଆକ୍ରାନ୍ତ । ଜଳ ପାଇଁ ରାଜରାସ୍ତାରେ ମହିଳାଙ୍କ ଆନ୍ଦୋଳନ । ଲୋକଙ୍କୁ ପିଇବା ପାଣି ମୁନ୍ଦେ ଦେବାରେ ବିଫଳ ୨୪ ବର୍ଷର ସରକାର । କୁଆଡ଼଼େ ଯାଉଛି ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ନାଁରେ ଖର୍ଚ୍ଚ କୋଟି କୋଟି ଟଙ୍କା । କିନ୍ତୁ ସରକାର ପ୍ରଚାର କରୁଛନ୍ତି, ପ୍ରତି ଘରକୁ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ, ଟ୍ୟାପରେ ପାଣି ଯୋଗାଇବେ ସରକାର । କିନ୍ତୁ ଢେଙ୍କାନାଳରେ ରାଜ୍ୟ ସରକାରଙ୍କ ଖୋଲି ଯାଇଛି ତମାମ ମିଛ ପ୍ରଚାରର ପୋଲ୍ । ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ ଖଗଡ଼ପ୍ରସାଦ ଗାଁରେ ଲୋକଙ୍କୁ ମିଳୁନି ପିଇବା ପାଣି । ବାଧ୍ୟ ହୋଇ ନଈ ପାଣି ପିଉଛନ୍ତି ଗାଁ ଲୋକେ । ଆଉ ଝାଡ଼ାବାନ୍ତିରେ ହେଉଛନ୍ତି ଆକ୍ରାନ୍ତ । 

ରୋଗଗ୍ରସ୍ତ ୭୦ରୁ ଅଧିକ ଲୋକଙ୍କୁ ଢେଙ୍କାନାଳ, ମେରାମଣ୍ଡଳି, ଅନୁଗୁଳ ଆଦି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ କଥା ହେଲା, ଏ ଗାଁ ହେଉଛି ଢେଙ୍କାନାଳ ସଦରରୁ ବିଧାୟକ ସୁଧୀର ସାମଲଙ୍କ ଗାଁ । ନିଜ ଦଳର ୨୪ ବର୍ଷର ସ୍ଥିର ଶାସନ ପରେ ବି ବିଜେଡି ବିଧାୟକଙ୍କ ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିଲାନି ମୁନ୍ଦେ ଶୁଦ୍ଧ ପିଇବା ପାଣି । ଢେଙ୍କାନାଳରେ ନଈ ପାଣି ପିଉଛନ୍ତି ଲୋକେ, ଅନ୍ୟପଟେ ପାଣି ପାଇଁ  ଗଞ୍ଜାମରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି ମହିଳା।  ପୁରୁଷୋତ୍ତମପୁର ଭୁତସରସିଙ୍ଗି ପଞ୍ଚାୟତ ଦାସିଆମାରିପଲ୍ଲୀ ଗାଁରେ ପାଣି ପାଇଁ ଇଏ ମହିଳାଙ୍କ ଆନ୍ଦୋଳନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପାନୀୟ ଜଳର ସୁବିଧା କରିବାକୁ ଲୋକେ ଦୀର୍ଘ ଦିନ ହେଲା ଦାବି କରୁଛନ୍ତି। ସମାଧାନ ନ ହେବାରୁ ବାଧ୍ୟ ହୋଇ ସକାଳୁ ପୁରୁଷୋତ୍ତମପୁର- ଆସିକା ରାଜ୍ୟ ରାଜପଥରେ ହାଣ୍ଡି ମାଠିଆ ରଖି ରାସ୍ତା ଅବରୋଧ କରିଛନ୍ତି । ସେପଟେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟୀ ଗାଁରେ ପାଣି ପାଇଁ ହାହାକାର । ଗାଁରେ ୮ଟି ନଳକୂଅ ଥିବା ବେଳେ, ଗୋଟିଏ ଅଚଳ ହୋଇପଡ଼ିଛି । ଅନ୍ୟ ସବୁଥିରୁ ଫ୍ଲୋରାଇଡ୍ ପାଣି ବାହାରୁଛି । ଯାହାକୁ ପିଇ ରୋଗରେ ପଡୁଛନ୍ତି ଲୋକେ । ଗାଁରେ ପାଇପ୍ ବିଛା ଯାଇଛି ହେଲେ ଏଯାଏଁ ପାଣି ସଂଯୋଗ ହୋଇ ପାରିନାହିଁ । 
 

ପାଣ୍ଡିଆନ
5m ago
ଖୋଲା ମଂଚରୁ ଓଡିଆ ଅସ୍ମିତାକୁ ଅପମାନ
ସମ୍ବଲପୁର: ଖୋଲା ମଞ୍ଚରୁ ଓଡ଼ିଆ ଅସ୍ମିତାକୁ ଅପମାନ। ନବୀନଙ୍କ ଉପସ୍ଥିତିରେ ସ୍ବଭାବ କବିଙ୍କୁ ସନ୍ଥକବି କହିଲେ ତାଙ୍କ ଉତ୍ତରାଧିକାରୀ ପାଣ୍ଡିଆନ॥ ଭୁଲିଗଲେ ଭୀମଭୋଇଙ୍କ ଉପାଧୀ। ଖଣ୍ଡ
ଶାହଙ୍କ ହୁଙ୍କାର
5m ago
ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର
ଅର୍ଗସ ବ୍ୟୁରୋ: 75ରୁ ଅଧିକ ବିଧାନସଭା ଓ 15ରୁ ଅଧିକ ଲୋକସଭା ଆସନରେ ବାଜି ମାରିବ ବିଜେପି । ଉଡାଣ ଭରିବ ନୂଆ ଓଡିଶା । ରାଜ୍ୟରେ ବିକାଶର ନୂଆ ପରିଭାଷା ଲେଖିବ ବିଜେପି । ରାଉରକେଲା ବିଜ
ବିବାଦୀୟ ଅଭିନେତ୍ରୀ
9m ago
ବିବାଦୀୟ ଅଭିନେତ୍ରୀ ରାଖି ସାଓ୍ବନ୍ତ କର୍କଟ ରୋଗରେ ପୀଡ଼ିତ!
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିବାଦୀୟ ଅଭିନେତ୍ରୀ ରାଖି ସାଓ୍ବନ୍ତ। କର୍କଟ ରୋଗରେ ପୀଡ଼ିତ ହେଲେ ରାଖି ସାୱନ୍ତ। ପୂର୍ବତନ ସ୍ବାମୀ ରିତେଶ ରାଜ୍ ସିଂହ ଦେଲେ ସୂଚନା। ଗର୍ଭାଶୟରେ ଟ୍ୟୁମ