ଦୁର୍ଦ୍ଦିନ ଓ ଦୁର୍ବିସହ ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ଗରିବ ଆଦିବାସୀ
by Argus News
Fri, Jul 12 | 6:33 p.m.

ଅର୍ଗସ ବ୍ୟୁରୋ:  କନ୍ଧମାଳ ବାଲିଗୁଡ଼ା ବ୍ଲକ ବାଟାଗୁଡା ପଞ୍ଚାୟତର ଗଦ୍ରିଙ୍ଗିଆ 59 ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତାରୁ ପାଖାପାଖି 4 କିଲୋମିଟର ଦୂରରେ ରହିଛି ଡାବୁଲୁକିଆ। ଗାଁରେ ବିକାଶ ଏବେବି ସାତ ସପନ । ଗାଁକୁ ନାହିଁ ସବୁଦିନିଆ ପକ୍କା ରାସ୍ତା l ଖାଲଖମା ଭରା କଚ୍ଚା ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ବାଟାଗୁଡା ପଞ୍ଚାୟତର ଡ଼ାବୁଲୁକିଆ ଗାଁରେ 43 ଆଦିବାସୀ ସଂପ୍ରଦାୟର ପରିବାର ବସବାସ କରନ୍ତି। କିନ୍ତୁ ଏ ଗାଁରେ କାହାର ବି ସ୍ଥାୟୀ ଜମିବାଡ଼ି ପଟା କି ଜାତିଗତ ପ୍ରମାଣପତ୍ର ନାହିଁ। ଯଦ୍ବାରା ସ୍ଥାନୀୟ ଆଦିବାସୀ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଛି।  ଆଜି ବି ଏ ଗାଁ ର ମହିଳା ମାନେ ନାଳ ଓ ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଗାଁରେ ଦୁଇ ଦୁଇଟି ନଳକୂପ ଅଛି କିନ୍ତୁ ଏହି ନଳକୂପ ପାଣି ପିଇବା ପାଇଁ ଯୋଗ୍ୟ ନୁହେଁ ତେଣୁ ଲୋକେ ଚୂଆ ଓ କୂଅ ଉପରେ ନିର୍ଭର କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ମାଓ ପ୍ରବଣ ଅଞ୍ଚଳରେ
11m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ