ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା
by Argus News
Sat, Oct 19 | 6:44 p.m.

ନୂଆପଡା:  ବର୍ଷ ବର୍ଷ ଧରି ଦୁର୍ବଳିଆ ପୋଲ ଉପରେ ଯାତାୟାତ କରୁଛନ୍ତି ଦୁର୍ଗମ ବାସି l ଆଦିବାସୀ ଙ୍କ ମୁଖ୍ୟ ରାସ୍ତାରେ ଭଙ୍ଗା ଦଦରା ଅଣ ଓସାରିଆ ପୋଲ l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପାତାଳଗଙ୍ଗା ଯୁଜଘାଟ ପୋଲ ଦୁର୍ବଲିଆ ହୋଇ ରହିଛି l ଅନେକ ସମୟ ରେ ଘଟୁଛି ଦୁର୍ଘଟଣା,ଡରି ଡରି ଅତି ସାବଧାନ ସହ ହେଉଛି ଯାତାୟାତ l ସେପଟେ ଖୁବ ଶୀଘ୍ର ସୁଉଚ୍ଚ ପୋଲ ନିର୍ମାଣ ନେଇ ଖଡ଼ିଆଳ ପୂର୍ତ୍ତ ବିଭାଗ ର ପ୍ରତିଶୃତି l 

କଥା ଦେଇଥିଲେ ଶୀଘ୍ର ପୋଲ ନିର୍ମାଣ କରିବେ ମାତ୍ର ବର୍ଷ ପରେ ବର୍ଷ ବିତିଲା ଦୁର୍ବଳିଆ ଅଣ ଓସାରିଆ ପୋଲ ଉପରେ ଲୋକେ କରୁଛନ୍ତି ଯାତାୟାତ l ଦୁର୍ଗମ ବାସୀଙ୍କ ପାଇଁ ଏହି ରାସ୍ତା ପାଲଟିଛି ମରଣଯନ୍ତା l ଏ ହେଉଛି ନୂଆପଡା ବୋଡେ଼ନ ଠାରୁ ଭଇଁସାଦାନୀ ପଞ୍ଚାୟତ ଓ ବୋଏରଗାଁ ପଞ୍ଚାୟତକୁ ଯିବାକୁ ରାସ୍ତା। ଦୁଇଟି ପଞ୍ଚାୟତ ବାସୀଙଅକ ପାଇଁ ଏହି ପୋଲ ଲାଇଫ୍ ଲାଇନ୍। ମାତ୍ର ନିମ୍ନମାନର ପୋଲ ଞ୍ଚଳବାସୀଙ୍କ ପାଇଁ ସାଜିଛ ଚିନ୍ତାର କାରଣ। 

ରାସ୍ତା ବଣ ପାହାଡ଼ ଘେରା ଭଇସାଦାନୀ ପଞ୍ଚାୟତ ର ମୁଖ୍ୟ ରାସ୍ତା l ପଞ୍ଚାୟତ ଯିବା ବାଟରେ ପଡେ ଯୁଜଘାଟ ନାଳ । ତା ଉପରେ ତିଆରି ହୋଇଛି ଏହି ଦୁର୍ବଳିଆ ପୋଲ l ଦୀର୍ଘ ବର୍ଷ ହେଲା ଏହା ଉପରେ ସୁଉଚ୍ଚ ପୋଲ ନିର୍ମାଣ କରିବାକୁ ଲୋକେ ଦାବୀ କରୁଥିବା ବେଳେ ପ୍ରଶାସନ ଦାବି ପୁରଣ କରୁ ନଥିବା ଅଭିଯୋଗ ହୋଇଛି।   ପ୍ରତିଶ୍ରୁତି ଦେଇଥିଲେ ସ୍ଥାୟୀ ପୋଲ କରିବେ । ମାତ୍ର ଦୁର୍ଗମବାସୀଙ୍କ ଦୁରାବସ୍ଥ କଥା ଭୁଲିଗଲା ପ୍ରଶାସନ। ଏବେ ଦୁର୍ବଳ ପୋଲ ଉପରେ ବିପଦପୁର୍ଣ୍ଣ ଅବସ୍ଥାରେ ଯିବାଆସିବା କରୁଛନ୍ତି ଅଞ୍ଚଳବାସୀ
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ROADS
ବେହାଲ ରାସ୍ତା ଲୋକେ ହିନସ୍ତା, ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା
ଅର୍ଗସ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା.ରାସ୍ତା ଏମିତି ଯୁଆଡେ ଚାହିଁବେ ଖାଲ ଖମାରେ ଭର୍ତ୍ତି। ସ୍ଥାନେସ୍ଥାନେ ମେଟାଲ ଉଠିଗଲାଣି ।
DHARMENDRA
ମହତାବଙ୍କୁ ମନପକାଇଲେ, ବଡ଼ ବୟାନ ଦେଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ଡଃ ହରେକୃଷ୍ଣ ମହତାବ୍‌ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ଆଜି ବ
RUSSIA
ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
ଅର୍ଗସ ବ୍ୟୁରୋ: ପୁଣି ଘନେଇଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ୩୩ ମାସ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
JOBS
ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ର
DIG
ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ
ଅର୍ଗସ ବ୍ୟୁରୋ: ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଜାଗାରେ ୨୮ ପ୍ଲାଟୁନ ଫୋର୍ସକୁ ସଜାଗ କରାଯାଇଛି। ଆଗାମୀ ଦିନର