ଆଜି କେନ୍ଦୁଝରରେ ଜନଜାତି ଗୋଷ୍ଠୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି  
by Argus News
Thu, Feb 29 | 6:56 a.m.

 ଭୁବନେଶ୍ୱର:  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଆଜି କେନ୍ଦୁଝରରେ ଜନଜାତି ଗୋଷ୍ଠୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି । କେନ୍ଦୁଝରର କଦଳୀବାଡିରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା  ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 4 ଦିନିଆ ଓଡ଼ିଶା ଗସ୍ତରେ ଗତକାଲି ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମେ ମା' କୀଚକେଶ୍ଵରୀଙ୍କୁ ଦର୍ଶନ କରିଥିଲେ  ମହାମହିମ ।

ଏହାପରେ କେନ୍ଦ୍ର ସରକାରଙ୍କ ହାଉସିଂ ଅର୍ବାନର ହୋଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଇରଙ୍ଗପୁରର ଦୁଇ ଲାଇନ୍ ବିଶିଷ୍ଟ ବାଇପାସ୍ ରୋଡ୍ ଏନଏଚ୍ 220 ପ୍ରକଳ୍ପକୁ ଭିସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ୍। ସେହିପରି ସ୍ପୋର୍ଟସ କମ୍ପ୍ଲେକେସ୍ ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକଲବ୍ୟ ସ୍କୁଲର ଉଦଘାଟନ କରିଛନ୍ତି । ମାର୍ଚ୍ଚ 1ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ସେହିପରି ମାର୍ଚ୍ଚ 2 ତାରିଖରେ ରେଢାଖୋଲରେ ସନ୍ଥକବି ଭୀମଭୋଇଙ୍କ ପୀଠ ପରିଦର୍ଶନ କରିବେ ମହାମହିମ  । 

ଅଧିକ ପଢନ୍ତୁ : ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମାଓ ପ୍ରବଣ ଅଞ୍ଚଳରେ
49m ago
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ
ଉଚ୍ଚ ଜୁଆର
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ