ମହିଳାଙ୍କ ଖୁସିରେ ଖୁସି ହେଲେ ପ୍ରଧାନମନ୍ତ୍ରୀ
by Argus News
Tue, Sep 17 | 7:29 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଥା ଦେଇଥିଲେ। ସରକାର ଆସିବାର 100 ଦିନ ଭିତରେ ରଖିଲେ କଥା। ଜୟ ଜଗନ୍ନାଥରୁ  ଅଭିଭାଷଣ ଆରମ୍ଭ କଲେ ମୋଦି ଓଡିଆରେ କହିଲେ ସୁଭଦ୍ରା ଯୋଜନା ମା' ଭଉଣୀଙ୍କୁ ସଶକ୍ତ କରୁ। ମହିଳାଙ୍କ ପାଇଁ ସବୁଠୁ ବଡ ଯୋଜନାର ଶୁଭାରମ୍ଭ। 25 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା 1250 କୋଟି 55 ହଜାର ଟଙ୍କା। ଜନତା ମଇଦାନରେ ବଟନ ଚିପି ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦୁଝର  ଅଞ୍ଜଳି ବାରିକ, ରାୟଗଡାର ହୁଣ୍ଡାଡି ୱାଡକା, ବଲାଙ୍ଗିରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ମୋଦି। 

ସୁଭଦ୍ରା ଯୋଜନା ଶୁଭାରମ୍ଭ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ବିଧାୟକ ମାନେ ବି ୟୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ  ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁଚି ତାକୁ 100 ଦିନ ଭିତରେ ପୁରଣ କରୁଛୁ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ,  କହିଥିଲେ ଏବେ ସୁଦ୍ଧା  ସୁଭଦ୍ରାରେ  ୭୨ଲକ୍ଷ ମହିଳା ନାଁ ପଞ୍ଜୀକରଣ କରିଥିବା ବେଳେ ଏହିଯୋଜନା ବିକଶିତ ଓଡିଶାର ମୂଳପିଣ୍ଡ ହେବ। 

ସାରା ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଲକ୍ଷାଧିକ ମହିଳା। ଓଡିଶାରେ ସବୁଠୁ ବଡ ମହିଳା ସମାବେଶର ସାକ୍ଷୀ ସାଜିଥିଲା ଜନତା ମଇଦାନ.. ଏହା ସହ ରାଜ୍ୟର 338ଟି ସ୍ଥାନରେ ଲାଇଭରେ ଯୋଡି ହୋଇଥିଲେ ହଜାର ହଜାର ମହିଳା ସୁଭଦ୍ରା ଯୋଜନାରେ ରାଜ୍ୟର 1 କୋଟିରୁ ଅଧିକ ମହିଳା ଲାଭବାନ ହେବେ। 17 ତାରିଖ ପରେ ଆବେଦନ କରିଥିବା ମହିଳା ବି ପ୍ରଥମ କିସ୍ତିର 5 ହଜାର ଟଙ୍କା ପାଇବେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ